ବଢିବ ଓମଫେଡ କ୍ଷୀର ଦର

ବଢିବ ଓମଫେଡ କ୍ଷୀର ଦର

ବଢିବ ଓମଫେଡ କ୍ଷୀର ଦର
ଭୁବଶ୍ୱେର: ବଢିବ ଓମଫେଡ କ୍ଷୀର ଦର । ଓମଫେଡ କ୍ଷୀର ଦର ବଢିପାରେ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଳି ଦର ଧାର୍ଯ୍ୟ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦାମ ବୃଦ୍ଧି କରିଛନ୍ତି । ସରକାର ଏନେଇ ବିଚାରବିମର୍ଷ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ଅନ୍ୟପକ୍ଷରେ ଏଣିକି ମଧ୍ୟାହ୍ନଭୋଜନରେ ଦୁଗ୍ଧଜାତ ଦ୍ରବ୍ୟକୁ ସାମିଲ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି । ଏନେଇ ଆସିଥିବା ପ୍ରସ୍ତାବକୁ ସରକାର ତର୍ଜମା କରୁଥିବା ସେ କହିଛନ୍ତି । ଏପରି ହେଲେ ରାଜ୍ୟର ଦୁଗ୍ଧ ଚାଷୀ ଉପକୃତ ହେବେ । ପିଲାମାନେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇବାକୁ ସକ୍ଷମ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।