ରଥଯାତ୍ରା ପ୍ରସାରଣ ନିଲାମକୁ ନରସିଂହଙ୍କ ବିରୋଧ

ରଥଯାତ୍ରା ପ୍ରସାରଣ ନିଲାମକୁ ନରସିଂହଙ୍କ ବିରୋଧ

ରଥଯାତ୍ରା ପ୍ରସାରଣ ନିଲାମକୁ ନରସିଂହଙ୍କ ବିରୋଧ
ଭୁବନେଶ୍ୱର: ପୁରୀ ରଥଯାତ୍ରା ପ୍ରସାରଣର ନିଲାମ ନିଷ୍ପତ୍ତିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିରୋଧ କରିଛନ୍ତି । ସେ କହିଛନ୍ତି ଯେ, ଦେଶ ଏବେ ସମାଜବାଦ ଅର୍ଥନୀତିକୁ ବାଏ ବାଏ କରି ପୁଞ୍ଜିବାଦକୁ ଆପଣାଉଛି । ସେହି ଚିନ୍ତାଧାରାରେ ରଥଯାତ୍ରା ପ୍ରସାରଣର ବି ନିଲାମ ଉଦ୍ୟମ ହେଉଛି । ଧର୍ମ ନାମରେ ଯିଏ ଅର୍ଥ ଉପାର୍ଜନ କରେ ମୁଁ ତାକୁ ବିରୋଧ କରେ ବୋଲି ନରସିଂହ କହିଛନ୍ତି । ପୌର ନିର୍ବାଚନ ନେଇ ନରସିଂହ ମିଶ୍ର ଦୃଢ ମତପୋଷଣ କରି କହିଛନ୍ତି ଯେ, ପୌର ନିର୍ବାଚନ ୫ ବର୍ଷରେ ହେବା କଥା । ଚଳିତ ବିଧାନସଭା ଅଧିବେଶନରେ ଏନେଇ ଆଇନରେ ସଂଶୋଧନ ହେଉ ବୋଲି ସେ କହିଛନ୍ତି । ସେହିପରି ବିଧାନସଭାରେ ବଜେଟ ଅଧିବେଶନ ନେଇ ଶ୍ରୀ ମିଶ୍ର କହିଛନ୍ତି କହିଛନ୍ତି ଯେ, କାମଚଳା ବଜେଟ ଜୁଲାଇ ୩୧ ପରେ ଅକାମୀ ହେବ । ଜୁଲାଇ ୩୧ ପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦନ କରିବାକୁ ବାଧ୍ୟ । ସରକାର ମଧ୍ୟ ୧୪ଟି ଦାବି ଉପରେ ଆଲୋଚନା କରିବାକୁ ବାଧ୍ୟ । ଆଶା କରୁଛି ଦାୟିତ୍ୱରେ ଥିବା ଲୋକେ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ନରସିଂହ ମିଶ୍ର କହିଛନ୍ତି ।