ହିନ୍ଦୁମାନଙ୍କର ଏହି ଶୁଭ ସଙ୍କେତ ଚିହ୍ନକୁ ଆମେରିକାରେ ନିଷିଦ୍ଧ ହେବାକୁ ଯାଉଛି

ହିନ୍ଦୁମାନଙ୍କର ଏହି ଶୁଭ ସଙ୍କେତ ଚିହ୍ନକୁ ଆମେରିକାରେ ନିଷିଦ୍ଧ ହେବାକୁ ଯାଉଛି

ହିନ୍ଦୁମାନଙ୍କର ଏହି ଶୁଭ ସଙ୍କେତ ଚିହ୍ନକୁ ଆମେରିକାରେ ନିଷିଦ୍ଧ ହେବାକୁ ଯାଉଛି
ୱାଶିଂଟନ: ହିନ୍ଦୁମାନଙ୍କ ପାଇଁ ଶୁଭ ସଙ୍କେତ ଭାବେ ପରିଚିତ ସ୍ୱସ୍ତିକ ଚିହ୍ନକୁ ଆମେରିକାରେ ନିଷିଦ୍ଧ ହେବାକୁ ଯାଉଛି । ଆମେରିକାର ଏକ ପ୍ରାଦେଶିକ ସରକାର ଏହି ଚିହ୍ନକୁ ଘୃଣାର ସଙ୍କେତ ବିବେଚନା ପୂର୍ବକ ନିଷିଦ୍ଧ କରିବା ଲାଗି ବିଧେୟକ ଆଣିଛନ୍ତି । ତେବେ ଆମେରିକା ସରକାରଙ୍କ ଏପରି ପ୍ରୟାସକୁ ସେଠାକାର ହିନ୍ଦୁ ସଂଗଠନ ପ୍ରତିବାଦ କରିଛନ୍ତି । ସ୍ୱସ୍ତିକ ଘୃଣ୍ୟ ନୁହେଁ; ବରଂ ଏହା ଶୁଭ ସଙ୍କେତ ବୋଲି ହିନ୍ଦୁ ସଂଗଠନଗୁଡ଼ତିକ ଆମେରିକା ବାସୀଙ୍କୁ ସଚେତନ କରାଇବା ପୂର୍ବକ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଆମେରିକା ମେରିଲ୍ୟାଣ୍ଡ ପ୍ରଦେଶରେ ସ୍ୱସ୍ତିକ ଚିହ୍ନ ବିରୋଧୀ ବିଧେୟକ ଆଗତ କରାଯାଇଛି । ଏହି ବିଧେୟକ ହିନ୍ଦୁ ଆମେରିକା ଫାଉଣ୍ଡେସନକୁ କ୍ଷୁବ୍ଧ କରିଛି । ବିଧେୟକ ଅନୁସାରେ ସ୍ୱସ୍ତିକ ଚିହ୍ନକୁ କୌଣସି ସ୍କୁଲ, ପୋଷାକ, ବ୍ୟାଗ, ଫୋଲଡର, ସର୍ବସାଧାରଣ ସ୍ଥାନ ଓ ବହୁଳ ବ୍ୟବହୃତ ଜିନିଷରେ ଲଗାଯାଇପାରିବ ନାହିଁ ।