ଏଚଡିଏଫସିର ଅଧ୍ୟକ୍ଷ ପତ୍ନୀଙ୍କ ନାମରେ ୫୦ କୋଟିର ଘର କିଣିଲେ

ଏଚଡିଏଫସିର ଅଧ୍ୟକ୍ଷ ପତ୍ନୀଙ୍କ ନାମରେ ୫୦ କୋଟିର ଘର କିଣିଲେ

ଏଚଡିଏଫସିର ଅଧ୍ୟକ୍ଷ ପତ୍ନୀଙ୍କ ନାମରେ ୫୦ କୋଟିର ଘର କିଣିଲେ
ନୂଆଦିଲ୍ଲୀ: ଏଚଡିଏଫସିର ଅଧ୍ୟକ୍ଷ ଦୀପକ ପାରେଖ ତାଙ୍କ ପତ୍ନୀ ନାମରେ ମୁମ୍ବାଇର ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ୫୦ କୋଟି ଟଙ୍କା ମୂଲ୍ୟରେ ଏକ ଫ୍ଲାଟ କିଣିଛନ୍ତି । ୱାର୍ଲିଠାରେ ପାରେଖଙ୍କ ଏହି ଫ୍ଲାଟର ମୁହଁ ଆରବ ସାଗର ଆଡ଼କୁ ରହିଛି । ୭୪୫୦ ବର୍ଗଫୁଟ ପରିମିତ ଅଞ୍ଚଳ ବିଶିଷ୍ଟ ଏହି ଆପାର୍ଟମେଣ୍ଟକୁ କେ ରହେଜା ଗ୍ରୁପର ସୁପର ପି୍ରମିୟମ ପ୍ରକଳ୍ପ ରହେଜା ଆର୍ଟେସିଆରୁ ସେ କିଣିଛନ୍ତି । ପତ୍ନୀ ସ୍ମିତା ପାରେଖଙ୍କ ନାମରେ ଗତ ମାସ ୩୦ ତାରିଖରେ ଉକ୍ତ ଆପାର୍ଟମେଣ୍ଟର ପଞ୍ଜୀକରଣ ହୋଇଛି । ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଘର କ୍ରୟର ଷ୍ଟାମ୍ପ ଡୁ୍ୟଟିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା । ଏଥିପାଇଁ ତାଙ୍କୁ ୩ ପ୍ରତିଶତ ଷ୍ଟାମ୍ପ ଡୁ୍ୟଟି ଦେବାକୁ ପଡ଼ିଛି । ଏହି ଅବଧି ଶେଷ ହେବାର ଦିନକ ପୂର୍ବରୁ ପାରେଖଙ୍କ ପରିବାର ଉକ୍ତ ଘର କିଣିଛନ୍ତି । ଫ୍ଲାଟ ପଞ୍ଜୀକରଣ ପାଇଁ ଷ୍ଟାମ୍ପ ଡୁ୍ୟଟି ବାବଦରେ ଗ୍ରାହକଙ୍କୁ ଦେଢ଼ କୋଟି ଟଙ୍କା ଦେବାକୁ ପଡ଼ିଛି । ଉକ୍ତ ଫ୍ଲାଟଟି ଆପାର୍ଟମେଣ୍ଟର ୨୫ ତମ ମହଲାରେ ରହିଛି । ସେଥିରେ ୬ଟି ପାର୍କିଂ ସ୍ଥାନ ଅଛି ।