ହୋହଲ୍ଲା ହଟ୍ଟଗୋଳରେ କମ୍ପୁଛି ଗୃହ

ହୋହଲ୍ଲା ହଟ୍ଟଗୋଳରେ କମ୍ପୁଛି ଗୃହ

ହୋହଲ୍ଲା ହଟ୍ଟଗୋଳରେ କମ୍ପୁଛି ଗୃହ
ଭୁବନେଶ୍ବର: ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ବି ନାକେଦମ କଲେଣି ବିରୋଧୀ। ଆଜି ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖା ଦେଇଥିଲା। ସ୍ମିତାରାଣୀ ହତ୍ୟା ମାମଲାକୁ ନେଇ ବିରୋଧୀ ହଟ୍ଟଗୋଳ କରିଥିଲେ। ଗୃହକୁ ଦିନ ୧୨ ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ପୁଣି ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ସ୍ମିତାତାଣୀ ପ୍ରସଙ୍ଗରେ ବିଜେପି ବିଧାୟକଙ୍କ ହୋହଲ୍ଲା ନାରାବାଜିରେ କମ୍ପିଥିଲା ଗୃହ। ବାଚସ୍ପତି ପୋଡ଼ିୟମ ଉପରକୁ ଚଢ଼ିବାକୁ ବିଜେପି ବିଧାୟକ ମାନେ ଉଦ୍ୟମ କରିଥିଲେ। ୩୦ ମିନିଟ୍‌ ପାଇଁ ପୁଣି ଗୃହକୁ ମୁଲତବି କଲେ ବାଚସ୍ପତି। ହୋହଲ୍ଲା ମଧ୍ୟରେ ମୁଲତବି ଆଲୋଚନା ବକ୍ତବ୍ୟ ରଖିଲେ ମୁଖ୍ୟ ସଚେତକ। ହଟ୍ଟଗୋଳ ପଛରେ ଦଳୀୟ ପ୍ରଚାରର ରାଜନୀତି ହାତ ଅଛି ବୋଲି କହିଲେ ପ୍ରମିଳା ମଲ୍ଲିକ।