ଆଜି ଶିଶୁ ଦିବସ

ଆଜି ଶିଶୁ ଦିବସ

ଆଜି ଶିଶୁ ଦିବସ
ଭୁବନେଶ୍ବର: ଆଜି ଶିଶୁ ଦିବସ ଶିଶୁଙ୍କ ପାଇଁ ଦିନଟିଏ। ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନକୁ ସାରା ଭାରତ ବର୍ଷରେ ଶିଶୁ ଦିବସ ରୂପେ ପାଳନ କରାଯାଏ। ସେ ଛୋଟ ଛୁଆଙ୍କୁ ଅଧିକ ଭଲ ପାଇବା ସହ ସେମାନଙ୍କ ଗହଣରେ ଅଧିକ ସମୟ ବିତାଇବାକୁ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଶ୍ରଦ୍ଧାରେ ଚାଚା ନେହେରୁ ବୋଲି ଡାକୁଥିଲେ। ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ଭଲ ପାଇବା ଥିବାରୁ ସେ ଚାହୁଁଥିଲେ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଉ। ସେବେଠାରୁ ଭାରତ ବର୍ଷରେ ପ୍ରତି ବର୍ଷ ନଭେମ୍ବର ମାସ ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ।