ଆଜି ପବିତ୍ର ପ୍ରଥମାଷ୍ଟମୀ

ଆଜି ପବିତ୍ର ପ୍ରଥମାଷ୍ଟମୀ

ଆଜି ପବିତ୍ର ପ୍ରଥମାଷ୍ଟମୀ
ଭୁବନେଶ୍ବର: ଆଜି ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ପ୍ରମୁଖ ପର୍ବ ପ୍ରଥମାଷ୍ଟମୀ ବା ପୋଢୁଆଁ ଅଷ୍ଟମୀ। ଓଡିଆ ଘରର ପ୍ରଥମ ସନ୍ତାନ ମାନେ ଆଜିର ଦିନରେ ନୂଆବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ମଧ୍ୟ ଆଜି ପୋଢୁଆଁ ଅଷ୍ଟମ ପାଳିତ ହେବ। ବଡ଼ଭାଇ ତଥା ମହାପ୍ରଭୁ ବଳଭଦ୍ର ହେବେ ପୋଢୁଆଁ। ସେଥିପାଇଁ ଶ୍ରୀଜଗନ୍ନାଥଙ୍କ ମାମୁ ଘର ଭାବେ ପରିଚିତ ନିଆଳିସ୍ଥିତ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଛି ପୋଢ଼ୁଆଁ ଭାର। କିମ୍ବଦନ୍ତୀ ଅନୁସାରେ ନିଆଳିର ମାଧବ ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ମାମୁ ଘର। ବହୁପୁରାତନ କାଳରେ ପ୍ରଥମାଷ୍ଟମୀରେ ମାମୁ ଘରୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରକୁ ଜଗା ବଳିଆ ପାଇଁ ପଢୁଆଁ ଭାର ଆସୁଥିଲା। ଯାହାକି କାଳକ୍ରମେ ବନ୍ଦ ହୋଇଯାଇଥିଲା। କିନ୍ତୁ ଏବେ ମାମୁ ଘର ନିଆଳିର ମାଧବାନନ୍ଦ ଟ୍ରଷ୍ଟ, ଯାଦବ ସଂଗଠନ ଓ ଭକ୍ତଗଣଙ୍କ ନିଷ୍ପତ୍ତି ଅନୁସାରେ ପୁନର୍ବାର ଏହି ପରମ୍ପରାକୁ ଉଜ୍ଜିବୀତ କରାଯାଇଛି । ଗତକାଲି ନିଆଳି ମାଧବ ପୀଠରୁ ୩୦ଟି ସଂକୀର୍ତ୍ତନ ମଣ୍ଡଳୀ ସହ ପୋଢୁଆଁ ଭାର ଶୋଭାଯାତ୍ରାରେ ଅଣାଯାଇ ଶ୍ରୀମନ୍ଦିର ସେବାୟତଙ୍କୁ ପ୍ରଦାନ କରାଯାଇଛି। ମାଧବ ମନ୍ଦିର ଟ୍ରଷ୍ଟ, ନିଯୋଗ ଓ ସ୍ଥାନୀୟ ଅଞ୍ଚଳବାସୀ ବଳଭଦ୍ରଙ୍କ ପାଇଁ ୭ଖଣ୍ଡ ପାଟ, ୭ ଖଣ୍ଡ ଖଣ୍ଡୁଆ, ପିଠା, ଫଳମୂଳ ଭାର ପଠାଇଛନ୍ତି।