୧୨ ଜିଲ୍ଲାକୁ କାଳବୈଶାଖୀ

୧୨ ଜିଲ୍ଲାକୁ କାଳବୈଶାଖୀ

୧୨  ଜିଲ୍ଲାକୁ କାଳବୈଶାଖୀ
ଭୁବନେଶ୍ୱର : ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ୧୨ ଟି ଜିଲ୍ଲାକୁ ସର୍ତକ ସୂଚନା ଜାରି କରାଯାଇଛି । ଅପରାହ୍ନ ୫ ଟା ୪୫ ଯାଏଁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ଧୂଳିଝଡ, ବଜ୍ରପାତ ସହ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଝଡ ବର୍ଷା ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ବଜ୍ରପାତ ହେବା ସମୟରେ ଘରୁ ନ ବାହାରିବାକୁ ସର୍ତକ କରାଇ ଦିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡା, କଳାହାଣ୍ଡି, ରାୟଗଡା, ଗଜପତି, କୋରାପୁଟ, ଖୋର୍ଦ୍ଧ , ପୁରୀ, ନୟାଗଡ ଓ ବାଲେଶ୍ୱର ଜିଲ୍ଲା ପାଇଁ ସର୍ତକ ସୂଚନା ଜାରି କରାଯାଇଛି ।