ତ୍ରିକୋଣୀୟ ପ୍ରେମ

ତ୍ରିକୋଣୀୟ ପ୍ରେମ

ତ୍ରିକୋଣୀୟ ପ୍ରେମ
ଚର୍ଚ୍ଚିତ ‘ଫ୍ରମ ମି ଟୁ ୟୁ’ର ପୃଷ୍ଠଭୂମି ତ୍ରିକୋଣୀୟ ପ୍ରେମ କାହାଣୀ । ମାତ୍ର ଚିରାଚରିତ କାହାଣୀଠୁ ଭିନ୍ନ । ଏହାକୁ ଏକ କ୍ରାଇମ ଥ୍ରିଲର ବି କୁହାଯାଇପାରେ । ରିସ୍ତା ୱେଭ ଏଣ୍ଟରଟେନମେଣ୍ଟ ନିବେଦିନ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନାରେ ହେମନ୍ତ କୁମାର ସାହୁ ଥିବା ବେଳେ ସହଯୋଗି ନିର୍ଦ୍ଦେଶକ ଅଛନ୍ତି ଅଶ୍ୱିନୀ ଗଡ଼ନାୟକ । ଏଥିରେ କାର୍ଯ୍ୟକାରୀ ପ୍ରଯୋଜକ ଭାବେ ରାକେଶ କୁମାର ମହାନ୍ତି ଏବଂ କ୍ରିଏଟିଭ ହେଡ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଅଚିନ୍ତ୍ୟ ବେହେରା । ଚଳଚ୍ଚିତ୍ର ‘ଫ୍ରମ୍ ମି ଟୁ ୟୁ’ ର ସୁଟିଂ ଶେଷ ହୋଇଛି । ବାଲେଶ୍ୱର, ବାରିପଦା, ବ୍ରହ୍ମପୁର, ସାତପଡ଼ା, ଗୋପାଳପୁର, ରମ୍ଭା, ଝୁମୁକା ଓ ନରାଜ ଏବଂ ଭୁବନେଶ୍ୱରରେ ସୁଟିଂ କରାଯାଇଛି । ପ୍ରେମିକ ଜ୍ୟୋତି ଓ ଅମ୍ଳାନଙ୍କ ମଝିରେ ଛିଡା ହୋଇଛନ୍ତି ଅବୁଝା ପ୍ରେମିକା ଶ୍ରଦ୍ଧା । ବସନ୍ତରାଜ ସାମଲଙ୍କ ରଚିତ ଗୀତର ସ୍ୱର ସଂଯୋଜନା କରିଛନ୍ତି ପ୍ରେମ ଆନନ୍ଦ । କୋରିଓଗ୍ରାଫି କରିଛନ୍ତି ଅମିତ । ପ୍ରମୁଖ ଭୂମିକାରେ ବିଜୟ ମହାନ୍ତି, ପ୍ରଜ୍ଞା, ସ୍ମିତା ମହାନ୍ତି, ଶ୍ରୀଲା, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ପୂଜା ଓ ଲିଜାଙ୍କୁ ଦେଖିବାକୁ ମିଳିବ । ଏହା ଛଡ଼ା ନବାଗତ ଅଜୟଙ୍କୁ ଏଥିରେ ବିଶେଷ ଭୂମିକାରେ ଦେଖିବାକୁ ମିଳିବ ।