୨୦ ରୁ ଚାଲିବ ସବୁ ବିଭାଗ
୨୦ ରୁ ଚାଲିବ ସବୁ ବିଭାଗ
admin
Apr 18, 2020 - 07:03
Updated: Apr 18, 2020 - 07:03
ଭୁବନେଶ୍ୱର: ତାଲାବନ୍ଦ ଅବଧି ସମୟରେ ସରକାରୀ ସେବା ଯେପରି ଅତି ମାତ୍ରାରେ ବ୍ୟାହତ ନ ହେବ, ସେଥିପାଇଁ ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଚାଲିଛନ୍ତି । ଆସନ୍ତା ୨୦ ତାରିଖଠାରୁ ସବୁ ବିଭାଗର ଗ୍ରୁପ-ଏ ବର୍ଗର ଅଧିକାରୀମାନେ ଅଫିସ ଆସିବେ । ଏହା ସହିତ ଅତି ଜରୁରୀ ଓ ଆଂଶିକ ଜରୁରୀ ବିଭାଗର ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡି ଅଧିକାରୀଙ୍କ ପାଇଁ ରୋଷ୍ଟର ବ୍ୟବସ୍ଥା ଲାଗୁ କରାଯିବ । ଏ ନେଇ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶନାମାକୁ ବଦଳାଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସାନି ପରିବର୍ତ୍ତିତ ବିଜ୍ଞାପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ।
କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ସରକାର ପୂର୍ବରୁ ୧୧ ଟି ବିଭାଗକୁ ଅତି ଜରୁରୀ, ୧୩ଟି ଆଂଶିକ ଜରୁରୀ ଓ ୧୭ଟି ଅଣ ଜରୁରୀ ବିଭାଗରେ ବିଭକ୍ତ କରିଥିଲେ । ଅତି ଜରୁରୀ ବିଭାଗର ସମସ୍ତ କର୍ମଚାରୀ ଦୈନିକ ଅଫିସ ଆସୁଥିବା ବେଳେ ଆଂଶିକ ଜରୁରୀ ବିଭାଗରେ ୧୦% ଓ ଅଣ ଜରୁରୀ ବିଭାଗର କର୍ମଚାରୀମାନେ ଆଦୌ ଅଫିସ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଉଥିଲା । କିନ୍ତୁ ସରକାରଙ୍କ ସାନି ନିଷ୍ପତ୍ତି ଅନୁଯାୟୀ, ଅଣ ଜରୁରୀ ବିଭାଗକୁ ହଟାଇ ଦିଆଯାଇଛି । ଅତି ଜରୁରୀ ବିଭାଗ ଗୁଡ଼ିକ ଅପରିବର୍ତ୍ତିତ ରହିଥିବା ବେଳେ ଓ ୩୦ଟି ବିଭାଗକୁ ଆଂଶିକ ଜରୁରୀ ବର୍ଗରେ ସାମିଲ କରାଯାଇଛି । ନିର୍ଦ୍ଦେଶନାମା ଅନୁଯାୟୀ କୃଷି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଖାଦ୍ୟ ଯୋଗାଣ, ସାଧାରଣ ପ୍ରଶାସନ, ଗୃହ ଓ ନିଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଶ୍ରମ ଓ ଇଏସଆଇ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଏବଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଗ୍ରୁପ-ବି, ସି ଓ ଡି ବର୍ଗର ଅଧିକାରୀମାନେ ରୋଷ୍ଟର ଆଧାରରେ ୫୦% ଅଫିସ ଆସିବେ । ସେହିପରି ଆଂଶିକ ଜରୁରୀ ବିଭାଗ ଅଧୀନରେ ଆସୁଥିବା ଏହି ସବୁ ବର୍ଗର ଅଧିକାରୀମାନେ ରୋଷ୍ଟର ଆଧାରରେ ୩୩% ଅଫିସ ଆସିବେ ।