୩ ବର୍ଷ ହେଲାଣି ସହବାସ କରିନାହାନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ କିଏ

୩ ବର୍ଷ ହେଲାଣି ସହବାସ କରିନାହାନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ କିଏ

୩ ବର୍ଷ ହେଲାଣି ସହବାସ କରିନାହାନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ କିଏ
ମୁମ୍ବାଇ : ନିକଟରେ ଅଭିନେତ୍ରୀ ସାନା ଖାନ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତେବେ ସାନାଙ୍କ ଶୋ ବିଜ ଛାଡିବା ନେଇ ଢେର ଚର୍ଚ୍ଚା ହୋଇଥିଲା ସୋସିଆଲ ମିଡିଆରେ । ଏହା ସହିତ ମଡେଲ ସୋଫିଆ ହାୟତ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ସୋଫିଆ ମଧ୍ୟ କିଛି ବର୍ଷ ପୂର୍ବେ ସିଲଭର ସ୍କ୍ରିନରୁ ବାହାରି ନନ୍ ହୋଇଥିଲେ । ସୋସିଆଲ ମିଡିଆରେ ସମାଲୋଚନା କରାଯିବା ପରେ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ଛାଡି ଟ୍ରୋଲ ମାନଙ୍କୁ ଜବାବ ଦେଇଛନ୍ତି ସୋଫିଆ । ମିଥ୍ୟା ଧର୍ମାନ୍ଧୀ ମାନେ ମତେ ସାମ୍ନା କରିବାକୁ ପ୍ରସ୍ତୁତ ରୁହ । ମୁଁ ପୁନର୍ବାର ବିଭିନ୍ନ ମିଡିଆରେ ଟ୍ରେଣ୍ଡ କରୁଛି । ଯେତେବେଳେ ଆପଣ ମାନେ ମୋତେ ଏବଂ ସାନାଙ୍କୁ ନ୍ୟୁନ ଚକ୍ଷୁରେ ଦେଖୁଛନ୍ତି ମୁଁ ମଧ୍ୟ ଆପଣଙ୍କ ପ୍ରତି ସମାନ ଦୃଷ୍ଟି ନିକ୍ଷେପ କରିବି । ଏହା ସହିତ ଘୃଣ୍ୟ ମାନସିକତାର କୌଣସି ବ୍ୟକ୍ତି ଯଦି କାହାରିକୁ ଟ୍ରୋଲ କରୁଛି ଦୟାକରି ନିଜର ମତାମତ ଦୃଢ ଭାବରେ ଉପସ୍ଥାପନ କରନ୍ତୁ ବୋଲି ସୋଫିଆ ନିଜ ପୋଷ୍ଟରେ କହିଛନ୍ତି । ଟ୍ରୋଲ କରୁଥିବା ବ୍ୟକ୍ତିଙ୍କର ଠିକ ବା ଭୁଲ ନିର୍ଦ୍ଧାରଣ କରିବାର କ୍ଷମତା ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସ୍ପଟବୟ ସହିତ କଥାବାର୍ତ୍ତା ସମୟରେ ସୋଫିଆ କହିଥିଲେ କି ତାଙ୍କୁ ସାନାଙ୍କ ସହିତ ତୁଳନା କରାଯିବା ସମ୍ପୂର୍ଣ୍ଣ ଭୁଲ । ପରିଧାନକୁ ନେଇ ଜଣଙ୍କ ଧାର୍ମିକ ଭାବନା ସ୍ଥିର କରିବା ସମ୍ପୂର୍ଣ୍ଣ ଭୁଲ ଜିନିଷ । ମୁ ନନ୍ ରହିଥିବା ସମୟରେ ଦେଢ ବର୍ଷ ପର୍ଯ୍ୟନ୍ତ ସହବାସ କରିନଥିଲି । ଏପରିକି ବିଗତ ତିନି ବର୍ଷରେ ଥରୁଟିଏ ମଧ୍ୟ ସହବାସ କରିନାହିଁ । ଏବେ ମୁଁ ଦୈନିକ ମୋ ନନ୍ ପରିପାଟୀ ପରିଧାନ କରୁନାହିଁ, ମାତ୍ର ତାକୁ ନେଇ ମୋର ଧର୍ମୀୟ ଭାବନାର ଅନୁମାନ ଲଗାଇବା କଷ୍ଟକର । ଏବେବି ମୁଁ ଗାଲା ମଦର ସୋଫିଆ ଏବଂ ନଗ୍ନ ରୂପରେ ମୁଁ ଇଶ୍ୱରଙ୍କୁ ସମାନ ଭାବରେ ବିଶ୍ୱାସ କରେ ତେଣୁ ସଂକୀର୍ଣ୍ଣମନାଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ସୋଫିଆ ।