ବଲିଉଡକୁ ନେଇ ଏମିତ ଟ୍ୱିଟ କଲେ ବିଗ ବି, ସବୁଆଡେ ଚର୍ଚ୍ଚା

ବଲିଉଡକୁ ନେଇ ଏମିତ ଟ୍ୱିଟ କଲେ ବିଗ ବି, ସବୁଆଡେ ଚର୍ଚ୍ଚା

ବଲିଉଡକୁ ନେଇ ଏମିତ ଟ୍ୱିଟ କଲେ ବିଗ ବି, ସବୁଆଡେ ଚର୍ଚ୍ଚା

ବଲିଉଡକୁ ଘାରିଛି ଏବେ ନୂଆ ସଙ୍କଟ । ବଲିଉଡ ଫିଲ୍ମକୁ ବୟକଟ୍ କରିବାର ଏକ ନୂଆ ଧାରା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ପ୍ରାୟ ଅନେକ ଫିଲ୍ମକୁ ବୟକଟ କରାଯାଉଥିବା ଦେଖିବାକୁ ମିଳୁଛି । ଅଭିନେତା ବା ଅଭିନେତ୍ରୀ ଅତୀତରେ କୌଣସି ପ୍ରସଙ୍ଗକୁ ନେଇ ଦେଇଥିବା ବୟାନ ପାଇଁ ସେମାନଙ୍କ ଫିଲ୍ମକୁ ବର୍ଜନ କରାଯାଉଛି । ଏହି ନୂତନ ଧାରାକୁ ନେଇ ଅନେକ କଳାକାର ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । 

ସିଧାସଳକ ବୟକଟ୍ ବିଷୟରେ ଲେଖି ନଥିଲେ ବି ତାଙ୍କ ଟ୍ୱିଟକୁ ଦେଖି ସେ ଏ ବିଷୟରେ କହୁଥିବା ଜଣାପଡିଛି । ବିଗ୍ ବି ନିଜ ଟ୍ୱିଟ୍ରେ ଲେଖିଛନ୍ତି ଯେ, କିଛି କଥା କହିବାକୁ ଇଚ୍ଛା ହେଉନି । କିନ୍ତୁ କହିବ ଯଦି କେମିତି କହିବି । ଆଜିକାଲି ସବୁ କଥାକୁ ନେଇ ବିବାଦ ହେଉଛି । ତେବେ ଗତ କିଛି ଦିନ ହେଲା ଆପଣ ବଲିଉଡ ଫିଲ୍ମକୁ ବୟକଟ୍ କରାଯାଉଥିବା ଦେଖୁଥିବେ । ‘ଲାଲ ସିଂହ ଚଢା’ ହେଉ କି ଅଭିନେତ୍ରୀ ତପେସୀଙ୍କ ଅଭିନୀତ ଫିଲ୍ମ ‘ଦୋବାରା’ ହେଉ, ଦର୍ଶକଙ୍କ ବୟକଟ୍ ପାଇଁ ଫିଲ୍ମଟଶ ଭଲ ବ୍ୟବସାୟ କରିପାରି ନାର୍ହି । ୧୮୦ କୋଟିରେ ନିର୍ମିତ ଫିଲ୍ମ ‘ଲାଲ ସିଂହ ଚଢା’କୁ ୬୦ କୋଟି ଆୟ କରିବା ମଧ୍ୟ କଷ୍ଟକର ହୋଇଛି ।