୫ଟି ଉପାୟରେ ବଢ଼ାନ୍ତୁ ଧନ, ମାନ

୫ଟି ଉପାୟରେ ବଢ଼ାନ୍ତୁ ଧନ, ମାନ

୫ଟି ଉପାୟରେ ବଢ଼ାନ୍ତୁ ଧନ, ମାନ
ଇଚ୍ଛା ଶକ୍ତି ଥିଲେ ସମସ୍ତ କାର୍ଯ୍ୟ ସମ୍ଭବ ହୋଇପାରେ । ଆପଣଙ୍କ ଇଚ୍ଛାଶକ୍ତି ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ । କିନ୍ତୁ ବେଳେବେଳେ ଏମିତି ସମୟ ଆସେ ଆପଣଙ୍କ ଯେତେ ଚେଷ୍ଟା କଲେ ବି ନିଜର କାର୍ଯ୍ୟ ସିଦ୍ଧି କରିପାରନ୍ତି ନାହିଁ । ମନବଳ ଭାଙ୍ଗି ଯାଏ । ତେବେ ଜ୍ୟୋତିଷଶସ୍ତ୍ରରେ ଏପରି କିଛି ଉପାୟ ରହିଛି ତାହା କଲେ ଆପଣଙ୍କ ସମସ୍ତ କାର୍ଯ୍ୟ ସହଜରେ ପୂରଣ ହୋଇଯାଏ । ଜୀବନର ବଡ଼ ବଡ଼ ବିପଦକୁ ଜ୍ୟୋତିଷଶାସ୍ତ୍ର ସାହାଯ୍ୟରେ ସହଜ ଉପାୟରେ ସମାଧାନ କରି ହୁଏ । ତେବେ ଏଠାରେ ଜ୍ୟୋତିଷଶାସ୍ତ୍ରର କିଛି ଉପାୟ କହିବୁ ଯାହାକୁ ପାଳନ କଲେ ଧନ, ମାନ ଓ ଜସ ମିଳେ । - ପରିଶ୍ରମ କରି ବି ଯଦି ବ୍ୟବସାୟ ଠିକ ଭାବେ ଚାଲୁ ନଥିବ । ତେବେ ଶନିବାର ଦିନ ଅଶ୍ୱସ୍ତ ଗଛର ପତ୍ରକୁ ଆଣି ଶନି ମହାରାଜଙ୍କ ସ୍ମରଣ କରନ୍ତୁ । ପରେ ଉକ୍ତ ପତ୍ରକୁ ଆପଣ ବସୁଥିବା ସ୍ଥାନର ଗଦି ତଳେ ରଖିଦିଅନ୍ତୁ । ଏହିପରି ୭ ଶନିବାର ୭ଟି ପତ୍ରକୁ ଆଣି ରଖନ୍ତୁ । ପରେ ଉକ୍ତ ୭ଟି ପତ୍ରକୁ ନଦୀରେ ପକାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ବ୍ୟବସାୟ ଭଲ ଚାଲିବ । - ଅଧିକ ବେତନ ଚାହୁଁଥିଲେ ଶୁଖିଲା ନଡ଼ିଆରେ ଚିନି ଭର୍ତ୍ତି କରି ଶୂନଶାନ ସ୍ଥାନରେ ପୋତି ଦିଅନ୍ତୁ । ଏହାର ଲାଭ ମିଳିବ । - ଜୋତକରେ ରାହୁ ଓ କେତୁର ସ୍ଥିତ ଖରାପ ଥିଲେ । ମୟୂରପକ୍ଷୀରେ ତିଆରି ଆଭୁଷଣ ପରିଧାନ କରନ୍ତୁ । ନହେଲେ ୨୪ ମୟୂରପକ୍ଷୀ ଗାଣ୍ଠିରେ ମୁଣ୍ଡରେ ପବନ ଦିଅନ୍ତୁ ରାହୁ ଦୋଷ ଦୂର ହେବ । - ସନ୍ତାନ ସମ୍ବନ୍ଧୀୟ ସମସ୍ୟା ଥିଲେ । ଗୁରୁବାର ସକାଳେ ଚଣା ଡାଲି ଓ ଗୁଡ଼ ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ । - ନିଜର ଘର ତିଆରି କରିବାକୁ ଚାହୁଁଛନ୍ତି । ମଙ୍ଗଳବାର ଦିନ ଲାଲ ରଙ୍ଗର ଧ୍ୱଜ ଆଣି ପ୍ରଭୁ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ । ଶନିବାର ଦିନ ଉକ୍ତ ଧ୍ୱଜକୁ ଆପଣ ରହୁଥିବା ଘରର ଛାତ ଉପରେ ଲଗାଇ ଦିଅନ୍ତୁ । ହନୁମାନଙ୍କୁ ପ୍ରାର୍ଥନା କରନ୍ତୁ ଓ ଲାଲ ରଙ୍ଗର ଚୋଲା ହନୁମାନଙ୍କୁ ଚଢ଼ାନ୍ତୁ, ଆପଣଙ୍କ ସମସ୍ତ ମନୋକାମନା ପୂରଣ ହେବ ।