୫-ଟି ନୀତି ଆଣିବ ପରିବର୍ତ୍ତନ : ନବୀନ

୫-ଟି ନୀତି ଆଣିବ ପରିବର୍ତ୍ତନ : ନବୀନ

୫-ଟି ନୀତି ଆଣିବ ପରିବର୍ତ୍ତନ : ନବୀନ
ଭୁବନେଶ୍ୱର: ୫-ଟି ନୀତିକୁ ଅନୁସରଣ କରାଗଲେ ପରିବର୍ତ୍ତନ ସୁନିଶ୍ଚିତ । ୫-ଟି ନୀତିକୁ ସମସ୍ତେ ପାଳନ କଲେ ସାଧାରଣ ଜନତା ଚହୁଁଥିବା ପରିବର୍ତ୍ତନ ନିଶ୍ଚିତ ଆସିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟସ୍ତରୀୟ ସ୍ୱାୟତ୍ତଶାସନ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ଏହି ଅବସରରେ ଭୁବନେଶ୍ଵର ମହାନଗର ନିଗମର ସମସ୍ତ ୱାର୍ଡ ଅଫିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଙ୍ଗ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ବିଏମସିର ଏହି ୱାର୍ଡ ଅଫିସ୍ ସଫେଇ, ବର୍ଜ୍ୟବସ୍ତୁ ପରିଚାଳନାର ତଦାରଖ କରିବ। ଏହି ଅବସରରେ ନବୀନ କହିଛନ୍ତି ଯେ, ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥାମାନଙ୍କୁ ଆବର୍ଜନା ମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ମାଆମାନଙ୍କୁ ସାମିଲ କରାଯିବ। ଉତ୍ତମ ନାଗରିକ ସେବା ସ୍ଵାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ ଲକ୍ଷ୍ୟ। ଏହା ସହ ୱାର୍ଡ ଅଫିସ୍ ରାସ୍ତା ଆଲୋକୀକରଣ, ପାର୍କିଂ ସ୍ଥାନର ବିକାଶ ଓ ରକ୍ଷଣାବେକ୍ଷଣା କରିବ। ଏହି ଅବସରରେ ଇ-ବିପାସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଇ-ବିପାସ୍ ଦ୍ଵାରା ୪୮ ଘଣ୍ଟାରେ ଆବେଦନକାରୀ ଘର ନକ୍ସା ପାଇବେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ମଧ୍ୟ ମଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ରାଜ୍ୟରେ ୨୪୨ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ରହିଵ। ସେହି ସମୟରେ ଭୁବନେଶ୍ଵରରେ ୪୩ଟି ୱାର୍ଡରେ ମଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ରହିବ। ୨୬ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କରାହେବ। ଏହି କ୍ରମରେ ଆଜି ଗଞ୍ଜାମରେ ୪ଟି ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଉଦଘାଟିତ ହୋଇଛି। ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟର ସହରାଞ୍ଚଳରେ ଥିବା ୨୦୩୫ ୱାର୍ଡରେ ୱାର୍ଡ ଅଫିସ୍ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଅନଲାଇନ ବିବାହ ପ୍ରମାଣ ପତ୍ର ପ୍ରଦାନ ବ୍ୟବସ୍ଥା, ପୁରୀର ଫୋନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅନଲାଇନ ସାହାଯ୍ୟରେ ଦଶ ହଜାର ସହାୟତା ରାଶି ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପୁରୀର ମୋଟ ୧୩୬୯ଜଣଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ଏହି କାର୍ୟ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଉପସ୍ଥିତ ଥିଲେ।