ଆଜି କରୋନାରେ ଜଣଙ୍କର ମୃତୁ୍ୟ

ଆଜି କରୋନାରେ ଜଣଙ୍କର ମୃତୁ୍ୟ

 ଆଜି କରୋନାରେ ଜଣଙ୍କର ମୃତୁ୍ୟ
ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରେ ଜଣଙ୍କର ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୮୯୫କୁ ବୃଦ୍ଧି ପାଇଛି । ମୃତକ ଜଣକ ଖୋର୍ଦ୍ଧା ଜିଲ୍ଲାର ୭୦ ବୟସ୍କ ପୁରୁଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯେ, ଆଜି ରାଜ୍ୟରେ ଆଉ ୨୧୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୨ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୮୮ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨୫୪୧ରେ ପହଁଚିଛି । ୩୨୮୪୫୨ ଜଣ ସୁସ୍ଥ ହୋଇଥିବାବେଳେ ୨୧୪୧ଜଣ ଚିକିତ୍ସାଧୀନ ଅଛନ୍ତି ।