ଓଡିଶାର ଏହି ବ୍ୟକ୍ତିଙ୍କ ପାଖରେ ନୂଆ ଷ୍ଟ୍ରେନ୍‌ ଠାବ କରାଯାଇଛି

ଓଡିଶାର ଏହି ବ୍ୟକ୍ତିଙ୍କ ପାଖରେ ନୂଆ ଷ୍ଟ୍ରେନ୍‌ ଠାବ କରାଯାଇଛି

 ଓଡିଶାର ଏହି ବ୍ୟକ୍ତିଙ୍କ ପାଖରେ ନୂଆ ଷ୍ଟ୍ରେନ୍‌ ଠାବ କରାଯାଇଛି
ଭୁବନେଶ୍ବର : ମହାରାଷ୍ଟ୍ରରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଠାବ କରାଯାଇଛି। ଏହାକୁ ନେଇ ଚିନ୍ତା ବଢ଼ିଥିବାବେଳେ ଭଦ୍ରକ ଜିଲ୍ଲାରୁ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି କି, ଭଦ୍ରକରୁ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଛନ୍ତି। ନିୟମାନୁସାରେ କୋଭିଡ଼ ଟେଷ୍ଟ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର ଫେରନ୍ତାଙ୍କ ଜେନମ୍‌ ସିକ୍ୟୁଏନ୍ସ ହେବା ପରେ ଜଣାପଡ଼ିବ କେଉଁ ଷ୍ଟେନ୍‌। ବର୍ତ୍ତମାନ ମହାରାଷ୍ଟ୍ର ଫେରାନ୍ତଙ୍କ ଉପରେ ନଜର ରଖାଯାଇଛି। ଅନ୍ୟପଟେ ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସାମ୍‌ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ। ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ। କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଏକ ବଡ଼ ଖବର ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଦେଖାଦେଇଥିବା ଷ୍ଟ୍ରେନ ମହାରାଷ୍ଟ୍ରର ବୋଲି କହିପାରିବା ନାହିଁ । ଭଦ୍ରକର ଜଣେ ମହାରାଷ୍ଟ୍ରରୁ ଫେରିଛନ୍ତି । ଜିନମ ସିକୁଏନ୍ସରୁ ଜଣାପଡ଼ିବ । ସଂକ୍ରମଣ ଆସିବାର ସମ୍ଭାବନା ଅଛି । ନିୟମ ମାନିଲେ ବ୍ୟାପିବନି । ସର୍ଭେଲାନ୍ସ ବଢାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ଆଗକୁ ଟେଷ୍ଟ ବଢିବ । ଆଶା କରୁଛୁ ମାର୍ଚ୍ଚ ୫୦ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବୁ । ଏବେ କୋଭିଡ ହସ୍ପିଟାଲ ବନ୍ଦ ଅଛି । ସଂକ୍ରମଣ ବଢିଲେ ପୁଣି ଖୋଲିବ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।