ସ୍ଥିତି ବିଗିଡିଲେ ହୋଇପାରେ ଲକଡାଉନ : ନବ ଦାସ

ସ୍ଥିତି ବିଗିଡିଲେ ହୋଇପାରେ ଲକଡାଉନ : ନବ ଦାସ

ସ୍ଥିତି ବିଗିଡିଲେ ହୋଇପାରେ ଲକଡାଉନ : ନବ ଦାସ
ଭୁବନେଶ୍ୱର: ମହାରାଷ୍ଟ୍ର ସମେତ ଅନ୍ୟ କେତେକ ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ଘଟଣା ସାମ୍‌ନାକୁ ଆସିବା ପରେ ଓଡ଼ିଶା ସରକାର ପୁଣିଥରେ ତତ୍ପର ହୋଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ନିୟମ କୋହଳ କରି ଲୋକଙ୍କ ଜୀବନଜୀବିକା ପାଇଁ ବଜାର, ହାଟ ଓ ଶିକ୍ଷାନୁଷ୍ଠାନ ଆଦି ସରକାର ଖୋଲି ଦେଇଥିଲେ। ଏବେ ଆଉଥରେ ସାନି ସଂକ୍ରମଣ ବ୍ୟାପିଲେ ସ୍ଥିତିକୁ ବିଗାଡ଼ି ଦେଇପାରେ। ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧ କରି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସଂକ୍ରମଣ ପ୍ରତିହତ ପାଇଁ ଆବଶ୍ୟକ ସତର୍କତା ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିସନରଙ୍କୁ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ପରିସ୍ଥିତି ବିଗିଡ଼ିଲେ ଓଡ଼ିଶାରେ ଲକଡାଉନ ହୋଇପାରେ । ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ନିଜର ପ୍ରତିକ୍ରିୟା ଦେବା ଅବସରରେ ଏହା କହିଛନ୍ତି । ସେ କହିଛନ୍ତି ଯେ, ପରିସ୍ଥିତି ଉପରେ ସରକାର କଡ଼ା ନଜର ରଖିଛନ୍ତି । ଲୋକମାନଙ୍କୁ ସଚେତନ କରାଯାଉଛି । ଜିଲ୍ଲାପାଳ ଓ ଏସପିଙ୍କୁ ସଜାଗ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏଥିସହ କୋଭିଡ ନିୟମ ମାନିବାକୁ ମନ୍ତ୍ରୀ ଶ୍ରୀ ଦାସ ଲୋକଙ୍କୁ ନିବେଦନ କରିଛନ୍ତି ।