ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି

ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି

ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି
ଭୁବନେଶ୍ୱର: କରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । କମିଶନରେଟ ପୁଲିସ ସହ ଆଲୋଚନା କରାଯାଇଥିବାବେଳେ କଟକଣାକୁ କଡ଼ାକଡ଼ି ପାଳନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ବିଏମସି ପକ୍ଷରୁ ୫ଟି ସ୍କ୍ୱାଡ ଗଠନ କରି ଯାଞ୍ଚ ଆରମ୍ଭ ହୋଇଛି । ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଅନ୍ତୁ । ବିଏମସିର ସମସ୍ତ ୩ଟି ଜୋନରେ ଅମାନିଆଙ୍କୁ ଜୋରିମାନା କରାଯିବ । ମାଇକ ଜରିଆରେ ଲୋକଙ୍କୁ ସଚେତନ ପାଇଁ କୁହାଯାଇଛି । ଆଇଆରସିି ଭିଲେଜରେ ଏକ ସ୍କୁଲରେ ଶିକ୍ଷକ ପଜିଟିଭ ହୋଇଛନ୍ତି । ସମ୍ପୃକ୍ତ ସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖାଯାଇଛି । ସ୍କୁଲରେ ଅନ୍ୟ କାହାରି ଠାରେ ଲକ୍ଷଣ ନଥିବା ଜଣାପଡ଼ିଛି ।