ବିଜେପିକୁ ଫେରିବେ ବିଜୟ

ବିଜେପିକୁ ଫେରିବେ ବିଜୟ

ଭୁବନେଶ୍ୱର : ଶେଷରେ ବିଜୟ ମହାପାତ୍ରଙ୍କୁ ମନାଇବାରେ ବିଜେପି ସଫଳ ହୋଇଛି । ବିଶେଷକରି ବୈଜୟନ୍ତ ପଣ୍ଡା ଓ କନକବର୍ଦ୍ଧନ ସିଂହଦେଓଙ୍କ ଉଦ୍ୟମ ସଫଳ ହୋଇପାରିଛି । ବିଜୟ ଆଜି ବିଜେପିକୁ ଫେରିବେ । ଦଳୀୟ କାର୍ଯ୍ୟାଳୟକୁ ଯାଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ଶୁକ୍ରବାର ନରେନ୍ଦ୍ର ମୋଦି ଜୟପୁର ଆସୁଥିବାବେଳେ ସେଠାରେ ସେ ମଂଚ ଉପରେ ବି ବସିବେ । ଏବେ ବିଜେପି ପ୍ରଭାରୀ ଅରୁଣ ସିଂହ ଓ ବୈଜୟନ୍ତ ବିଜୟଙ୍କ ସହ ଆଲୋଚନା କରୁଛନ୍ତି । ତେବେ ଆଶ୍ଚର୍ଯ୍ୟର କଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିନାହିଁ । ଧର୍ମେନ୍ଦ୍ରଙ୍କୁ ବିରୋଧ କରି ହିଁ ବିଜୟ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ । ଏନେଇ ସେ ପ୍ରତ୍ୟକ୍ଷ ଓ ପରୋକ୍ଷରେ କ୍ଷୋଭ ମଧ୍ୟ ପ୍ରକାଶ କରିଥିଲେ ।