ଅଭୟାରଣ୍ୟକୁ ଗ୍ରାସିପାରେ କରୋନା !

ଅଭୟାରଣ୍ୟକୁ ଗ୍ରାସିପାରେ କରୋନା !

 ଅଭୟାରଣ୍ୟକୁ ଗ୍ରାସିପାରେ କରୋନା !
ଭୁବନେଶ୍ୱର: ଅଭୟାରଣ୍ୟ, ଜାତୀୟ ଉଦ୍ୟାନକୁ କରୋନା ପଶିବା ଆଶଙ୍କା ରହିଛି । ସଂକ୍ରମିତ ମନୁଷ୍ୟଙ୍କୁ କରୋନା ବ୍ୟାପିବା ଆଶଙ୍କା ରହିଛି । ଏନେଇ ସବୁ ରାଜ୍ୟର ପିସିସିଏଫଙ୍କୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ଚିଠି ଲେଖିଛନ୍ତି । ଆବଶ୍ୟକ ସର୍ତକତାମୂଳକ ପଦକ୍ଷେପ ନେବାକୁ ମନ୍ତ୍ରାଳୟ ଚିଠି ଲେଖିଛନ୍ତି । ପର୍ଯ୍ୟଟକମାନଙ୍କ ପାଇଁ ତୁରନ୍ତ ଅଭୟାରଣ୍ୟ ବନ୍ଦ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ମଣିଷ-ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ୍ ରୋକିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ସଂକ୍ରମିତ କର୍ମଚାରୀଙ୍କ ଠାରୁ ପଶୁପକ୍ଷୀଙ୍କୁ ସଂକ୍ରମଣ ହେବା ଆଶଙ୍କା ରହିଛି । ଡୁ୍ୟଟି ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ଜରୁରୀ ବୋଲି ମନ୍ତ୍ରାଳୟ କହିଛି । ସମ୍ମୁଖ କର୍ମୀ, ପ୍ରାଣୀ ଚିକିତ୍ସକଙ୍କୁ ନେଇ ଟାସ୍କଫୋର୍ସ ଟିମ ଗଠନ କରିବାକୁ କୁହାଯାଇଛି । କରୋନାରେ ସିଂହଙ୍କ ମୃତୁ୍ୟ ସୂଚନା ପରେ ଏହି ପଦକ୍ଷେପ ମନ୍ତ୍ରାଳୟ ନେଇଛି ।