କୋଟିଆ ଅଞ୍ଚଳର ପରିଦର୍ଶନ କରିବେ ରାଜ୍ୟ ବିଜେପି ଟିମ୍

କୋଟିଆ ଅଞ୍ଚଳର ପରିଦର୍ଶନ କରିବେ ରାଜ୍ୟ ବିଜେପି ଟିମ୍

 କୋଟିଆ ଅଞ୍ଚଳର ପରିଦର୍ଶନ କରିବେ ରାଜ୍ୟ ବିଜେପି ଟିମ୍
କୋରାପୁଟ: ଆଜି କୋରାପୁଟର କୋଟିଆ ଅଞ୍ଚଳର ପରିଦର୍ଶନ କରିବେ ରାଜ୍ୟ ବିଜେପି ଟିମ୍ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସମେତ ୧୦ ଜଣିଆ ଟିମ କୋଟିଆ ଅଭିମୁଖେ ଯାତ୍ରା କରିଛନ୍ତି । ତେବେ ଗସ୍ତ ପୂର୍ବରୁ ସମୀର କହିଛନ୍ତି, କୋଟିଆବାସୀଙ୍କ ସହ ଓଡିଶାର ଭାବାଗତ ସମ୍ପର୍କକୁ ଆହୁରି ସୃଦୃଢ କରିବା ଏହି ଗସ୍ତର ଲକ୍ଷ୍ୟ । ରାଜ୍ୟ ସରକାର କେଉଁଠି ଥିଲେ, ପୂର୍ବରୁ କାହିଁକି ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାଏକ । ଦିନ ପ୍ରାୟ ଗୋଟାଏ ବେଳକୁ ବିଜେପି ଟିମ କୋଟିଆର ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିବେ । ସେହିଠାରେ ହିଁ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯିବ ।