ଜେଇଇ ଟପ୍ପର ହେଲେ କାର୍ତ୍ତିକେୟ ଗୁପ୍ତା

ଜେଇଇ ଟପ୍ପର ହେଲେ କାର୍ତ୍ତିକେୟ ଗୁପ୍ତା

 ଜେଇଇ ଟପ୍ପର  ହେଲେ କାର୍ତ୍ତିକେୟ ଗୁପ୍ତା
ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ଆଡଭାନ୍ସଡ ପରୀକ୍ଷା ଫଳ । ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ୩୭୨ରୁ ୩୪୬ ନମ୍ବର ରଖି କାର୍ତ୍ତିକେୟ ଟପ୍ପର ହୋଇଛନ୍ତି । ଆହ୍ଲାବାଦର ହିମାଂଶୁ ସିଂହ ଦ୍ୱିତୀୟ ଓ ଦିଲ୍ଲୀର ଅର୍ଚ୍ଚିତ ବୁବନା ତୃତୀୟ ସ୍ଥାନରେ ଅଛନ୍ତି । ଜେଇଇ ଆଡଭାନ୍ସଡ କୃତକାର୍ଯ୍ୟ ଆଇଆଇଟିରେ ନାମ ଲେଖାଇବେ । ର‌୍ୟାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ଭୁବନେଶ୍ବର ସମେତ ଦେଶରେ ଥିବା ୨୨ଟି ଆଇଆଇଟିର ୧୧ ହଜାର ୨୭୯ ସିଟରେ ନାମ ଲେଖାଇ ପାରିବେ। ଜେଇଇ ମେନ୍ ପରୀକ୍ଷାରେ ଶ୍ରେଷ୍ଠ ୨ ଲକ୍ଷ ୪୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶାରୁ ମୋଟ ୫ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ଦେବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୩ ହଜାର ୨୬୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ର‌୍ୟାଙ୍କ ପ୍ରକାଶ ପାଇବା ପରେ ଜଏଣ୍ଟ ସିଟ୍ ଆଲଟ୍‌ମେଣ୍ଟ ଅଥରିଟି(ଜୋସା) କର୍ତୃପକ୍ଷ ନାମଲେଖା ପରିଚାଳନା କରିବେ।