ଟଳିପଡିଲେ ୨ ଆତଙ୍କବାଦୀ

ଟଳିପଡିଲେ ୨ ଆତଙ୍କବାଦୀ

 ଟଳିପଡିଲେ ୨ ଆତଙ୍କବାଦୀ


ଜମ୍ମୁ-କାଶ୍ମୀର ରାଜୋରୀ ସ୍ଥିତ ଡାଙ୍ଗରୀ ଗାଁରେ କିଛିଦିନ ତଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏହି ଆତଙ୍କୀ ଆକ୍ରମଣରେ ଜଣେ ଶିଶୁ ସମେତ କିଛି ନାଗରିକଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଆକ୍ରମଣ ପରେ ସେନା ସଜାଗ ହୋଇଛି ଓ ସଂପୃକ୍ତ ଅଞ୍ଚଳରେ ଅପରେଶନକୁ ଜୋରଦାର କରିଛି ।

ଭାରତୀୟ ସେନାର ୟୁନିଟ୍ ହ୍ୱାଇଟ୍ ନାଇଟ୍ ଫୋର୍ସ ତରଫରୁ କରାଯାଇଥିିବା ଟ୍ୱିଟ୍ ମୁତାବକ ଡାଙ୍ଗରୀ ଅଞ୍ଚଳରେ ଏବେ ଅପରେଶନ ଜାରି ରହିଥିବା ବେଳେ ସେନା ପକ୍ଷରୁ ୨ଜଣ ଆତଙ୍କବାଦୀଙ୍କୁ ଚିହ୍ନଟ କରି ମାରି ଦିଆଯାଇଛି । ଏହାସହ ସଂପୃକ୍ତ ଅଞ୍ଚଳକୁ ଏବେ ସେନା ଘେରି ରହିଛି ।

ସେପଟେ ଏହି ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ଥିବା ସନ୍ଦେହ କରି ୧୮ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି ପୋଲିସ । ଅଧିକାରୀଙ୍କ ବୟାନ ମୁତାବକ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଜୋରଦାର ଚେଷ୍ଟା ଚାଲିଛି ।