କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଅଧିକ ଭଲ କାମ କରୁଛି

କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଅଧିକ ଭଲ କାମ କରୁଛି

କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଅଧିକ ଭଲ କାମ କରୁଛି



ନୂଆଦିଲ୍ଲୀ : କରୋନା ଭୂତାଣୁ ବିରୋଧରେ ସ୍ୱଦେଶୀ ଟିକା କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଅଧିକ ଭଲ କାମ କରୁଛି ବୋଲି ନିକଟରେ ହୋଇଥିବା ଅନୁଧ୍ୟାନରୁ ଜଣାପଡିଛି । ଏହି ଅନୁଧ୍ୟାନର ରିପୋର୍ଟ ଅନୁସାରେ ଜୁନ୍‌ ୨୦୨୧ରୁ ଜାନୁଆରୀ ୨୦୨୨ ଭିତରେ ଗବେଷକମାନେ ୧୮ରୁ ୪୫ବର୍ଷ ବୟସ୍କ ୬୯୧ଜଣ ଟିକାଗ୍ରହୀତାଙ୍କ ନାମ ବେଙ୍ଗାଲୁରୁ ଓ ପୁନେର ୪ଟି କେନ୍ଦ୍ରରେ ଅନୁଧ୍ୟାନ ପାଇଁ ପଞ୍ଜୀକରଣ କରିଥିଲେ ।


ଅଂଶଗ୍ରହଣକାରୀମାନେ ୨୮ ଦିନ ବ୍ୟବଧାନରେ କୋଭାକ୍ସିନର ଦୁଇଟି ଡୋଜ କିମ୍ବା ତିନିମାସ ବ୍ୟବଧାନରେ କୋଭିସିଲ୍ଡର ଦୁଇଟି ଡୋଜ ଗ୍ରହଣ କରିଥିଲେ । ଟିକା ନେବା ପରେ କାହାର ଇମ୍ୟୁନିଟ ସ୍ତର କିପରି ରହୁଛି ତାହା ପରୀକ୍ଷା କରାଯାଇଥିଲା । ଦେଖାଗଲା ଉଭୟ ସେରୋନେଗେଟିଭ୍‌ ଓ ସେରୋପଜିଟିଭ୍‌ ବ୍ୟକ୍ତମାନଙ୍କ ମଧ୍ୟରେ କୋଭିସିଲ୍ଡ ନେଇଥିବା ଲୋକଙ୍କ ରୋଗପ୍ରତିରୋଧକ କ୍ଷମତା କୋଭାକ୍ସିନ ନେଇଥିବା ଲୋକଙ୍କଠାରୁ ଅଧିକ ରହିଥିଲା ।