ଦେଶରେ ୨୪ ଘଂଟାରେ ୨୧୪ ନୂଆ ମାମଲା ଚିହ୍ନଟ

ଦେଶରେ ୨୪ ଘଂଟାରେ ୨୧୪ ନୂଆ ମାମଲା ଚିହ୍ନଟ

 ଦେଶରେ ୨୪ ଘଂଟାରେ ୨୧୪ ନୂଆ ମାମଲା ଚିହ୍ନଟ


ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି । ଗତ ୨୪ ଘଂଟାରେ ୨୧୪ ନୂଆ ମାମଲା ଚିହ୍ନଟ ହୋଇଛି । ଏହି ନୂଆ ମାମଲାକୁ ମିଶାଇ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୫ଶହ ୯କୁ ଛୁଇଁଛି ।
ଚୀନ ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ କରୋନାର ନୂଆ ପ୍ରଜାତି ସଂକ୍ରମଣର ସୁନାମି ଆଣିଛି । ହେଲେ ଆଶ୍ୱସ୍ତିକର କଥା ଭାରତରେ କୋଭିଡ ମାମଲା ଉଦବେଗଜନକ ନୁହେଁ । କିନ୍ତୁ ଏହାର ଅର୍ଥ ଆଗକୁ କୋଭିଡ ମାମଲା ବଢିବ ବୋଲି କହିବା ଭୁଲ ହେବ ବୋଲି ସ୍ପଷ୍ଟ କରିଛନ୍ତି ବିଶେଷଜ୍ଞ ଡାକ୍ତର ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ସଂକ୍ରମଣ ଆଶଙ୍କା ଭିତରେ ଯଥା ସମ୍ଭବ ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦିଆଯାଇଛି । ଏବେ ବିଦେଶରୁ ଆସୁଥିବା ଯାତ୍ରୀ ସଂକ୍ରମଣ ବଢାଇବା ଆଶଙ୍କା ଥିବାରୁ ବିମାନ ବନ୍ଦର ଉପରେ ଫୋକସ ରଖାଯାଇଛି । ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ବିମାନ ବନ୍ଦରରେ ସ୍କ୍ରିନିଂ କରାଯାଉଛି । ବର୍ତମାନ ସୁଦ୍ଧା ବିଦେଶରୁ ଆସିଥିବା ୫ହଜାର ୧ଶହ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।