ପ୍ରକାଶ ପାଇଲା ଓଏଏସ ପ୍ରିଲିମନାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଏଏସ ପ୍ରିଲିମନାରୀ ପରୀକ୍ଷା ଫଳ

 ପ୍ରକାଶ ପାଇଲା ଓଏଏସ ପ୍ରିଲିମନାରୀ ପରୀକ୍ଷା ଫଳ

ଭୁବନେଶ୍ୱର:ଓଡ଼ିଶା ସିଭିଲ ସର୍ଭିସ(ଓଏଏସ) ପ୍ରିଲିମିନାରୀ-୨୦୨୧ ପରୀକ୍ଷାରେ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି ।  ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ, ୨୦୨୧ ମସିହା ଓଏଏସ୍ ପରୀକ୍ଷାର ପ୍ରିଲିମିନାରୀ ପରୀକ୍ଷାରେ ୧୭୪୯ଜଣ ମହିଳା ପ୍ରାର୍ଥୀଙ୍କ ସମେତ ମୋଟ ୫୨୯୬ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୮୦୨ଜଣ(୯୪୪ଜଣ ମହିଳା) ଅଣସଂରକ୍ଷିତବର୍ଗର, ଓବିସି ବର୍ଗର ୪୭୫ଜଣ(୧୪୪ଜଣ ମହିଳା), ୮୭୭ଜଣ(୨୯୪ଜଣ ମହିଳା) ଅନୁସୂଚିତ ଜାତି ଓ ୧୧୪୨ଜଣ(୨୯୪ଜଣ ମହିଳା) ଅନୁସୂଚିତ ଜନଜାତି ବର୍ଗର ପରୀକ୍ଷାର୍ଥୀ ରହିଛନ୍ତି ।


୨୦୨୧ ମସିହା ପାଇଁ ମୋଟ ୪୩୩ଟି ଓଏଏସ୍ ପଦବୀ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏହି ପଦବୀ ନିମନ୍ତେ ମୋଟ ୫୮୨୪୧(୨୦୯୩୦ଜଣ ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଓ ସେମାନଙ୍କ ମଧ୍ୟରୁ ୨୦୨୨ ଅକ୍ଟୋବର ୧୬ତାରିଖରେ ମୋଟ ୨୯୨୯୫ଜଣ(୧୦୨୮୪ଜଣ) ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ଆସନ୍ତା ଫେବୃୟାରୀରେ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ ।