ନୃଶଂସ : ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ

ନୃଶଂସ : ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ

ନୃଶଂସ : ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ


ସାଲେପୁର: କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ମାରଣାସ୍ତ୍ର ଧରି ୪ ଦୁର୍ବୃତ୍ତ ଘରେ ପଶି ଲୁଟପାଟ କରିବା ସହ  ବୃଦ୍ଧ ଦମ୍ପତିଙ୍କୁ ହାଣି ଦେଲେ। ଦୁର୍ବୃତ୍ତଙ୍କ ମାରଣାସ୍ତ୍ର ଚୋଟରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ବୃଦ୍ଧାଜଣକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ  ଭର୍ତ୍ତି କରାଯାଇଛି।
ହୃଷିକେଶ ଜଣେ ଅବସରପ୍ରାପ୍ତ ସ୍କୁଲ କ୍ଲର୍କ ହୋଇଥିବା ବେଳେ ଗାଁର ଶେଷ ମୁଣ୍ଡରେ ସେ ପରିବାର ସହ ରୁହନ୍ତି । ପରିବାର କହିଲେ ହୃଷିକେଶ ଓ ତାଙ୍କ ପତ୍ନୀ ନିଜର ଜଣେ ସମ୍ପର୍କୀୟ ନାତିଙ୍କ ସହ ରୁହନ୍ତି।
ଗତକାଲି ବିଳମ୍ବିତ ରାତିରେ ଚୋରମାନେ ହୃଷିକେଶଙ୍କ ନାମ ଧରି କବାଟ ଖୋଲିବାକୁ ଡାକିଥିଲେ । ପରିଚିତ ବ୍ୟକ୍ତି କିଏ ହୋଇଥିବ ଭାବି ହୃଷିକେଶ କବାଟ ଖୋଲି ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଘର ଭିତରେ ପଶିଥିଲେ। ସେମାନେ ଲୁଟପାଟ କରିବାକୁ ଉଦ୍ୟମ କରିବାରୁ ହୃଷିକେଶ ଏହାକୁ ବିରୋଧ କରିଥିଲେ।
ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ତାଙ୍କ ଶରୀରର ବେକ ସମେତ ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ହୃଷିକେଶଙ୍କ ମୃତ୍ୟୁ ହୋଇଥିଲା। ଏହାଦେଖି ତାଙ୍କ ପତ୍ନୀ କନକଲତା ଚିତ୍କାର କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କ ଶରରୀର ବିଭିନ୍ନ ସ୍ଥାନରେ ମଧ୍ୟ ଚୋଟ ମାରିବାରୁ ଗଭୀର କ୍ଷତ ସୃଷ୍ଟି ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ବୃଦ୍ଧ ଦମ୍ପତିଙ୍କ ନାତି ଓଁକାର ସାମାନ୍ୟ ଆହତ ହେବା ସହ ଭୟଭୀତ ହୋଇପଡ଼ିଥିଲେ। ତେଣୁ ସେ ଚିତ୍କାର କରି ନ ପାରି ଘରେ ଚୁପଚାପ ରହିଥିଲେ।
ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଆଲମାରିରୁ ସବୁ ସୁନା ଅଳଙ୍କାର ଧରି ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୁଲିସ୍‌ ଅଧିକାରୀ କହିଛନ୍ତି।