ବିଜେପିର ପ୍ରାର୍ଥୀ ତାଲିକା ୧୬ରେ
ବିଜେପିର ପ୍ରାର୍ଥୀ ତାଲିକା ୧୬ରେ
admin
Mar 14, 2019 - 05:46
Updated: Mar 14, 2019 - 05:46
ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ଜାରି ହେବ ବିଜେପି ପ୍ରାର୍ଥୀ ତାଲିକା । ପ୍ରଥମ ଦଫାରେ ପ୍ରାୟ ୯୦ ଲୋକସଭା ଆସନ ପାଇଁ ଦଳ ନୂଆଦିଲ୍ଲୀରୁ ପ୍ରାର୍ଥୀ ତାଲିକା ଜାରି କରିବ । ଏଥିରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୪ ଲୋକସଭା ଆସନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ପାଇଁ ନାମ ପ୍ରକାଶ ପାଇପାରେ । ଏହାସହ ସମ୍ପୃକ୍ତ ବିଧାନସଭାଗୁଡ଼ିକ ପାଇଁ ମଧ୍ୟ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଦଳ ନବରଙ୍ଗପୁର ପାଇଁ ପର୍ଶୁରାମ ମାଝୀଙ୍କୁ ଏମପିଭାବେ ଛିଡ଼ା କରାଇବାକୁ ବିଚାର କରୁଥିବାବେଳେ କୋରାପୁଟ ପାଇଁ ଜୟରାମ ପାଙ୍ଗୀ କିମ୍ବା ଗିରିଧର ଗମାଙ୍ଗୋଙ୍କ ମଧ୍ୟରୁ କାହା ନାମରେ ମୋହର ମାରିପାରେ । ସେହିଭଳି କଳାହାଣ୍ଡିରେ ପ୍ରଦୀପ୍ତ ନାଏକଙ୍କ ନାମ ଆଗରେ ରହିଛି । ବ୍ରହ୍ମପୁର ଲୋକସଭା ଆସନ ପାଇଁ ଭୃଗୁ ବକ୍ସିପାତ୍ରଙ୍କ ନାମକୁ ଦଳ ବିଚାର କରୁଛି । ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଲୋକଙ୍କ ପସନ୍ଦ ଓ ମୋଦିଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରୁଥିବା ବ୍ୟକ୍ତିଙ୍କୁ ହିଁ ଦଳ ଟିକେଟ ଦେବାବେଳେ ପ୍ରାଥମିକତା ଦେବ ବୋଲି ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।