ଓଡ଼ିଶାରେ ୭୩.୦୮ ପ୍ରତିଶତ ମତଦାନ

ଓଡ଼ିଶାରେ ୭୩.୦୮ ପ୍ରତିଶତ ମତଦାନ

ଓଡ଼ିଶାରେ ୭୩.୦୮  ପ୍ରତିଶତ ମତଦାନ
ଭୁବନେଶ୍ୱର: ରାଜ୍ୟରେ ଶେଷ ହୋଇଥିବା ୪ଟି ପର୍ଯ୍ୟାୟ ନିର୍ବାଚନରେ ମୋଟ ୭୩.୦୮ ପ୍ରତିଶତ ମତଦାନ ହୋଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ସୁରେନ୍ଦ୍ର କୁମାର । ସେ କହିଛନ୍ତି ଲୋକସଭା କ୍ଷେତ୍ରରେ ନବରଙ୍ଗପୁରରେ ସର୍ବାଧିକ ୭୮.୮୯ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ମତଦାନ ହୋଇଛି । ସେହିପରି ବିଧାନସଭା କ୍ଷେତ୍ରରେ କୋଟପାଡ଼ରେ ସର୍ବାଧିକ ୮୬.୮୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱର ମଧ୍ୟ ନିର୍ବଚନ ମଣ୍ଡଳୀରେ ସର୍ବନିମ୍ନ ୪୩.୦୪ ପ୍ରତିଶତ ହୋଇଛି । ସେହିପରି ବାତ୍ୟା ‘ଫୋନି’କୁ ଦୃଷ୍ଟିରେ ରଖି ଇଭିଏମ ଥିବା ଷ୍ଟ୍ରଙ୍ଗରୁମ୍ର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଷ୍ଟ୍ରଙ୍ଗରୁମର ସୁରକ୍ଷା ଓ ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି ।