୧୦୦୦ରୁ ଅଧିକ ରାଲି ପାଇଁ ଯୋଜନା ରଖିଛି ବିଜେପି

୧୦୦୦ରୁ ଅଧିକ ରାଲି ପାଇଁ ଯୋଜନା ରଖିଛି ବିଜେପି

୧୦୦୦ରୁ ଅଧିକ ରାଲି ପାଇଁ ଯୋଜନା ରଖିଛି ବିଜେପି
ଆଗାମୀ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ନିର୍ବାଚନ ଲାଗି ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତ ପାଇଁ ଆରମ୍ଭ କଲେଣି କସରତ । ତେବେ ଲୋକସଭା ନିର୍ବାଚନ ଭୋଟ ଗ୍ରହଣ ପ୍ରକି୍ରୟା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ମେ ୧୯ରେ ଶେଷ ହେବ । ମେ ୨୩ରେ ଭୋଟ ମୂଲ୍ୟାୟନ କରାଯିବ । ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ସବୁ ଦଳ ଗୁଡିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଗଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ପ୍ରାର୍ଥୀ ମାନେ ୧୦୦୦ରୁ ଅଧ୍ଚଳ ରାଲି କରିବା ଲାଗି ଯୋଜନା କରିଛନ୍ତି । ଦଳରେ କିଏ କେଉଁଠି ଉଦବୋଧନ ଦେବେ ତାହା ମଧ୍ୟ ଚୂଡାନ୍ତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ପ୍ରାୟ ୨୦୦ ରାଲିରେ ଉଦବୋଧନ ଦେବାର ଯୋଜନା ହୋଇଛି । ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗର ସମସ୍ତ ନିର୍ବାଚନମଣ୍ଡଳୀରେ ମୋଦୀ ରାଲି କରିବେ। ଦଳର ପ୍ରମୁଖ ନେତା ମାନେ ହେଉଛନ୍ତି ବିଜେପି ଜାତୀୟ ସଭାପତି ଅମିତ ଶାହ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ନୀତିନ ଗଡ଼କରୀ, ସୁଷମା ସ୍ବରାଜ, ଉମା ଭାରତୀ, ସ୍ମୃତି ଇରାନି, ଶିବରାଜ ସିଂହ ଚୌହାନ। ଦଳ ସବୁ ଆସନକୁ ଗୁରୁତ୍ୱ ଦେଇ ପ୍ରଚାର କରିବା କାର୍ଯ୍ୟକ୍ରମ ରଖିଛି ଏବଂ ଯେଉଁ ଆସନ ଗୁଡିକରୁ ଜିତିବା ଅଧିକ ସମ୍ଭାବନା ଅଛି ସେହି ଆସନକୁ ଅଧିକ ଗୁରୁତ୍ୱ ଦେବ ।