ସୋସିଆଲ ମିଡିଆରେ ବ୍ୟସ୍ତ କି... ସାବଧାନ

ସୋସିଆଲ ମିଡିଆରେ ବ୍ୟସ୍ତ କି... ସାବଧାନ

 ସୋସିଆଲ ମିଡିଆରେ ବ୍ୟସ୍ତ କି... ସାବଧାନ

ବ୍ୟସ୍ତ ବହୁଳ ଜୀବନ ଭିତରେ ଆଜିକାଲିର ଯୁବପିଢ଼ି ଯେତେ ବ୍ୟସ୍ତ ରୁହନ୍ତୁ ନା କାହିଁକି ଟିକେ ଫେସବୁକ୍ ଆଉ ହ୍ବାଟସଅପ୍ ନ ଖୋଲିଲେ ଯେମିତି କାମ ଅଧୁରା ରହିଗଲା ଭଳି ତାଙ୍କୁ ଲାଗେ। ମାତ୍ର ସେମାନେ ବୁଝନ୍ତି ନାହିଁ ସୋସିଆଲ୍‌ ମିଡିଆର କୁପ୍ରଭାବରେ ସେମାନଙ୍କ ଉପରେ କେତେ ପରିମାଣରେ ପଡୁଛି।

ସୋସିଆଲ୍‌ ମିଡିଆରେ ସକ୍ରିୟ ରହୁଥିବା ହେତୁ ଅନେକଙ୍କୁ ଠିକ୍‌ ଭାବେ ନିଦ ମାଡ଼େନା, ଆଉ କେତେଜଣଙ୍କୁ ଏମିତି ନିଶା ଘାରି ବସେ ଯେ, ଅଯଥା‌ରେ ରାତି ସାରା ବସି ଏଫବି ପୋଷ୍ଟ୍‍ କରନ୍ତି ନହେଲେ କମେଣ୍ଟ୍‌ ପଢ଼ୁଥାନ୍ତି। ଯଦି ଆପଣ ବି ସେଭଳି ସମସ୍ୟା ଦ୍ୱାରା ଜର୍ଜରିତ, ତେବେ ତାକୁ ସୁଧାରିବା ଲାଗି କେତେକ ସରଳ ଉପାୟକୁ ଆପଣାଇ ପାରନ୍ତି।

ପ୍ରଥମ କଥା ହେଲା ନିଜକୁ ଫୋନ୍‌ ଠାରୁ ଦୂରେଇ ରଖନ୍ତୁ। ଦ୍ୱିତୀୟ କଥା ହେଲା ଶୋଇବା ପୂର୍ବରୁ ଆଦୌ ଫୋନ୍‌କୁ ଦେଖନ୍ତୁ ନାହିଁ। ଏକ ଗବେଷଣାରୁ ଜଣାଯାଇଛି ଯେ, ଯଦି ଆପଣ ଶୋଇବା ପୂର୍ବରୁ ଅଧ ଘଣ୍ଟା ଯାଏଁ ସୋସିଆଲ୍‌ ମିଡିଆରେ ସକ୍ରିୟ ରହିବେ ତେବେ ଏହାଦ୍ୱାରା ଆପଣଙ୍କ ନିଦ ପ୍ରଭାବିତ ହେବ। ଏଣୁ ଶୋଇବା ଆଗରୁ ଫୋନ୍‌ ଦେଖିବା ଠିକ ନୁହେଁ।

ସବୁଠାରୁ ବଡ଼ କଥା ହେଲା କି ଆପଣ ଇନଷ୍ଟାଗ୍ରାମ୍‌ରେ କେତେ ସମୟ ବିତାଉଛନ୍ତି, ତାକୁ ଲକ୍ଷ୍ୟ କରନ୍ତୁ। ଅଯଥା ପ୍ରତ୍ୟେକ ସମୟରେ ଅନ୍‌ଲାଇନ୍‌ରେ ବସି ରହିବା ଅପେକ୍ଷା ଇନଷ୍ଟାଗ୍ରାମ୍‌ ବା ଅନ୍ୟ ସୋସିଆଲ୍‌ ମିଡିଆ ଆକାଉଣ୍ଟସ୍‌ରେ ସକ୍ରିୟ ରହିବା ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ ପ୍ରସ୍ତୁତ କରନ୍ତୁ। ଏହା ଫଳରେ ଆପଣଙ୍କ ସମୟ ନଷ୍ଟ ହେବ ନାହିଁ କି ନିଦରେ ବି ବ୍ୟାଘାତ ସୃଷ୍ଟି ହେବ ନାହିଁ। ସୋସିଆଲ୍‌ ମିଡିଆରେ ସକ୍ରିୟ ନରହି ଏସବୁ କଥା ମାନିବା ନିହାତି ଜରୁରୀ।