ସୁନ୍ଦରଗଡ ନିର୍ବାଚନମଣ୍ଡଳୀରେ କଡା ଟକ୍କର

ସୁନ୍ଦରଗଡ ନିର୍ବାଚନମଣ୍ଡଳୀରେ କଡା ଟକ୍କର

ସୁନ୍ଦରଗଡ ନିର୍ବାଚନମଣ୍ଡଳୀରେ କଡା ଟକ୍କର
ସୁନ୍ଦରଗଡ: ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀରେ ୨୦୧୯ ନିର୍ବାଚନ ଖୁବ୍ ରୋଚକ ହେବାକୁ ଯାଉଛି । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଯୋଗେସ ସିଂ, ବିଜେଡି ଛାଡି ବିଜେପିରେ ମିଶିଥିବା କୁସୁମ ଟେଟେ ଏବଂ କଂଗ୍ରେସ ଟିକେଟ ପାଇ ପ୍ରାଥି ହୋଇଥିବା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅନୀତା ବିଶ୍ୱାଳଙ୍କ ମଧ୍ୟରେ ଘମାମେଘାଟ ଲଢ଼େଇ ହେବାକୁ ଯାଉଛି । ତିନି ଦଳର ଏହି ନେତା ପ୍ରଚାର ମଧ୍ୟ ଆରମ୍ଭ କରି ଦେଲେଣି । ଯୋଗେଶ କଂଗ୍ରେସରୁ ବିଜେଡି ଯାଇ ଦଳୀୟ ଟିକେଟ ହାତେଇବାରେ ସଫଳ ହୋଇଥିବା ବେଳେ କୁସୁମ ବିଜେପି ପ୍ରାର୍ଥୀ ହୋଇଛନ୍ତି । ଚଳିତ ନିର୍ବାଚନରେ ଉଭୟ ଉଭୟେଙ୍କୁ ଟାଗେର୍ଟ କରି ପ୍ରଚାର କରୁଛନ୍ତି । ଯୋଗେଶ ଦୁଇଥର ବିଧାୟକ ଥିବାରୁ ଗ୍ରାମାଚଂଳ ଭୋଟରମାନଙ୍କୁ ଅଧିକ ନିକଟତର ହେଉଛନ୍ତି । ତାଙ୍କୁ ମାତ ଦେବା ପାଇଁ କୁସୁମ ତାଙ୍କ ପ୍ରଚାର ଅଭିଯାନକୁ ଦ୍ୱିଗୁଣିତ କରିଦେଉଛନ୍ତି । ନୂଆକରି କଂଗ୍ରେସ ଟିକେଟ ପାଇଥିବା ଅନିତା ବି ତାଙ୍କ ପ୍ରଚାର ଶୈଳି ବିରୋଧିଙ୍କ ଠାରୁ ଆହୁରି ଜୋରଦାର କରିବାରେ ଲାଗିଛନ୍ତି । ସୁନ୍ଦରଗଡ ନିର୍ବାଚନମଣ୍ଡଳୀ ୧୯୫୧ରେ ଗଠିତ ହୋଇଥିଲା । ନିର୍ବାଚନୀମଣ୍ଡଳୀରେ ବର୍ତମାନ ସୁଦ୍ଧା ୧୫ଥର ନିର୍ବାଚନ ହୋଇଛି । ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ୭ଥର କଂଗ୍ରେସ ବିଜୟୀ ହୋଇଥିବା ବେଳେ ୨ଥର ବିଜୟୀ ହୋଇଥିଲେ । ବିଜେଡି ଗଠନ ହେବାଠୁ ବର୍ତମାନ ସୁଦ୍ଧା ଖାତା ଖୋଲିପାରି ନାହିଁ । ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଏହି ଆସନ ୨୦୦୯ ସାଧାରଣ ନିର୍ବାଚନରେ ଆଦିବାସୀ ବର୍ଗଙ୍କ ପାଇଁ ସଂରକ୍ଷିତ ହେଲା । ୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରେ ଯୋଗେଶ ସିଂ ପ୍ରାର୍ଥୀ ହୋଇ ଦୁଇଥର ନିର୍ବାଚିତ ହୋଇଥିଲେ । ୧୯୭୭,୧୯୮୦ କଂଗ୍ରେସ ଟିକେଟ ବିଜୟୀ ହୋଇ କିଶୋର ପଟେଲ ମନ୍ତ୍ରୀ ହୋଇଥିଲେ । ୧୯୮୫ ଓ ୧୯୯୦ରେ ଜନତା ଦଳରୁ ପ୍ରାର୍ଥୀ ହୋଇଥିବା ସୁନ୍ଦରଗଡ ରାଜା ସାହେବ ଭରତେନ୍ଦ୍ର ଶେଖର ଦେଓଙ୍କ ଠାରୁ ଦୁଇଥର ପଟେଲ ପରାଜିତ ହୋଇଥିଲେ । ପୁଣି ୧୯୯୫ ନିର୍ବାଚନରେ ଶ୍ରୀ ପଟେଲ ବିଜୟୀ ହୋଇ ପ୍ରଥମେ ବାଚସ୍ପତି ଓ ପରେ ରାଜ୍ୟ ଜଙ୍ଗଲ ବିଭାଗ ମନ୍ତ୍ରୀ ହୋଇଥିଲେ । ୨୦୦୦ ସାଧାରଣ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଶଙ୍କରର୍ଷଣ ନାଏକଙ୍କ ଠାରୁ ପରାଜିତ ହୋଇଥିଲେ । ୨୦୦୪ରେ ଭୁବନେଶ୍ୱରରୁ ଫେରୁଥିବା ସମୟରେ ଶ୍ରୀ ନାୟକଙ୍କ ଅକାଳ ବିୟୋଗ ଘଟିଲା ଏବଂ ସେହିବର୍ଷ ଏହି ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଷମା ପଟେଲ ବିଜେପି ଟିକେଟରେ ବିଜୟୀ ହୋଇଥିଲେ । ଆସନ୍ତା ୧୮ରେ ହେବାକୁ ଥିବା ଭୋଟ ତିନି ପ୍ରାର୍ଥୀଙ୍କୁ ମାତ ଦେଇ ଦଳୀୟ ଟିକେଟ ହାସଲ କରିଥିବାରୁ ସବୁ ଦଳରେ ଭିତିରିଆ ବିଦ୍ରୋହ ସୃଷ୍ଟି ହୋଇ ଯାଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ହେମଗିରି ଜମିଦାର ସୁନୀଲ ସିଂ ଦେଓଙ୍କ ଟିକେଟ ପାଇବା ଲାଗି ବିଜେପିରୁ ଚୂଡାନ୍ତ ହୋଇ ସାରିଥିଲା । ସେ ମଧ୍ୟ ପ୍ରସ୍ତୁତ ହୋଇ ସାରିଥିଲେ । ମାତ୍ର ଶେଷ ମୂହର୍ତରେ କୁସୁମ ଟେଟେ ବିଜେପିରେ ମିଶି ରାତାରାତି ଟିକେଟ ହାତେଇବାରେ ସଫଳ ହୋଇଥିଲେ । ଯେଉଁଥିରେ ଅସନ୍ତୁଷ୍ଟ ହୋଇ ସୁନୀଲ ସିଂ ଦେଓ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ । ସେହିପରି ଟିକେଟ ଆଶାୟୀ ଥିବା ବିଜେପିର ଯୁବନେତା ସୁରେନ୍ଦ୍ର ଭିତ୍ରିଆ ମଧ୍ୟ ଦଳ ଛାଡି ବିଜେଡିରେ ଯୋଗ ଦେଇ ସାରିଛନ୍ତି । ବର୍ତମାନ ସ୍ଥିତିରେ ତିନି ପ୍ରମଚଖ ଦଳରେ ବିଦ୍ରୋହୀ ସଂଖ୍ୟା ବଢ଼ିଥିବା ଲକ୍ଷ୍ୟ କରାଯାଉଛି ।