‘କୁଇନ୍‍’ କମିଙ୍ଗ ସୁନ୍‍

‘କୁଇନ୍‍’ କମିଙ୍ଗ ସୁନ୍‍

‘କୁଇନ୍‍’ କମିଙ୍ଗ ସୁନ୍‍
ଓଲିଉଡ଼ କୁଇନ ବର୍ଷା ପି୍ରୟଦର୍ଶିନୀଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘କୁଇନ’ ଖୁବଶୀଘ୍ର ପରଦାକୁ ଆସୁଛି । ବର୍ଷା ସୋସିଆଲ ମିଡିଆରେ ଚଳଚ୍ଚିତ୍ର ପ୍ରଥମ ପୋଷ୍ଟର ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଏହି ଅବସରରେ ପୁରା ଟିମ୍‍ ପାଇଁ ଆଶୀର୍ବାଦ ନେଇଛନ୍ତି । “ନିମକି’ ପରେ ବର୍ଷା ପୁଣି ଥରେ ଏକ ନାରୀ କୈନ୍ଦି୍ରକ ସିନେମା ନେଇ ଆସୁଛନ୍ତି ବୋଲି ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି । ସିନେମାରେ ବର୍ଷାଙ୍କ ବିପକ୍ଷରେ ଜୟଜିତ ଅଭିନୟ କରିଛନ୍ତି । ବିଦ୍ଧିଶା କ୍ରାଫ୍ଟ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରଯୋଜନା କରିଛନ୍ତି ବିଜୟ କାଣ୍ଡୋଇ । ନିଦେ୍ର୍ଧଶନା ଦେଇଛନ୍ତି ମୃତୁ୍ୟଞ୍ଜୟ ସାହୁ । ସଂଳାପ ଲେଖିଛନ୍ତି ବିଜୟ ମଲ୍ଲ । ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଜୟନ୍ତ ଦାସ ପ୍ରମୁଖ ଗୀତ ଲେଖିଛନ୍ତି । ଗୀତ ଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଭେଟେରାନ ମଳୟ ମିଶ୍ର । ସମ୍ପାଦନା କରିଛନ୍ତି ଚନ୍ଦ୍ରଶେଖର ମିଶ୍ର । କ୍ୟାମେରା ପରିଚାଳନା କରିଛନ୍ତ ପ୍ରତାପ ରାଉତ । ମୁଖ୍ୟ ଭୂମିକାରେ ଅଭିନୟ ସାଙ୍ଗ କାହାଣୀ ଓ କି୍ରଏଟିଭ ହେଡ ଦାୟିତ୍ୱ ତୁଲାଇଛନ୍ତି ବର୍ଷା । ବିଭିନ୍ନ ଚରିତ୍ରରେ ପପି ସନ୍ତୁକା, ହରି, ଅନନ୍ତ, ଲିପ୍ସା, ଉଷସୀ ଓ ଅନ୍ୟମାନେ ରହିଥିବା ଶୁଣିବାକୁ ମିଳିଛି ।