ପ୍ରେମିକାର ତଂଟି କାଟିଦେଲା ପ୍ରେମିକ

ପ୍ରେମିକାର ତଂଟି କାଟିଦେଲା ପ୍ରେମିକ

ପ୍ରେମିକାର ତଂଟି କାଟିଦେଲା ପ୍ରେମିକ
ବାଲୁଗାଁ : ଏକତରଫା ପ୍ରେମରେ ବିଫଳ ହୋଇ ଜଣେ ଯୁବକ ଶନିବାର ରାତିରେ ଯୁକ୍ତ ୨ ପଢ଼ୁଥିବା ଜଣେ ଛାତ୍ରଙ୍କ ତଣ୍ଟିକାଟି ହତ୍ୟା କରିଛି । ଏହି ଘଟଣା ସମଗ୍ର ବାଲୁଗାଁ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ତୀବ୍ର ପ୍ରତିକି୍ରୟା ପ୍ରକାଶ ପାଇଛି । ପୁଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି । ବାଲୁଗାଁ ଥାନା ସୂତ୍ରରୁ ପ୍ରକାଶ ଯେ, ବାଲୁଗାଁ ଥାନା ଗଙ୍ଗାନଗରର ରାମଚନ୍ଦ୍ର ବେହେରାଙ୍କ ଏକମାତ୍ର ଝିଅ ଶିବାନୀ (୧୭)ତାଙ୍କ ବାରିପଟେ ଘରେ ପାଠ ପଢ଼ୁଥିବା ବେଳେ ତାଙ୍କ ଭାଉଜ ଓ ମା’ ଦାଣ୍ଡଘରେ ଟିଭି ଦେଖୁଥିଲେ । ତେବେ ରାତି ପ୍ରାୟ ୮ଟା ସମୟରେ ଜଣେ ଯୁବକ ଶିବାନୀ ପଢ଼ୁଥିବା ଘରେ ପଶିଥିଲା ଏବଂ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲା । ଝିଅର ଚିକ୍ରାର ଶୁଣି ପରିବାର ଲୋକେ ଘର ଭିତରକୁ ଦୌଡ଼ି ଯାଇ ଦେଖିଲା ବେଳକୁ ଶିବାନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯନ୍ତ୍ରାରେ ତଳେ ଗଡୁଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଲୋକ ଶିବାନୀଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ଘଟିଥିଲା । ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ବାଲୁଗାଁ କଲେଜ ଯୁକ୍ତ ୨ କଳାର ଛାତ୍ରୀ ଶିବାନୀଙ୍କୁ ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା । ମାତ୍ର ଶିବାନୀ ଓ ତାଙ୍କ ପରିବାର ଲୋକେ ଏହାକୁ ପ୍ରତ୍ୟାଖାନ କରିଥିଲେ । ଏହାକୁ କେନ୍ଦ୍ର କରି ସେହି ଯୁବକ ଜଣଙ୍କ ଶିବାନୀକୁ ହତ୍ୟା କରିଛି ବୋଲି ବାଲୁଗାଁ ପୁଲିସ କହିଛି ।