ବାତ୍ୟାରେ ୧୧୯୪୨ କୋଟି କ୍ଷତି

ବାତ୍ୟାରେ ୧୧୯୪୨ କୋଟି କ୍ଷତି

ବାତ୍ୟାରେ ୧୧୯୪୨ କୋଟି କ୍ଷତି
ଭୁବନେଶ୍ୱର : ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ରିପୋର୍ଟ ପ୍ରକାଶ ପାଇଛି । ପ୍ରାଥମିକ ରିପୋର୍ଟ ଅନୁସାରେ ୧୧ ହଜାର ୯୪୨ କୋଟି କ୍ଷତି ଆକଳନ କରାଯାଇଛି । କେଉଁ ବିଭାଗର କେତେ କ୍ଷୟକ୍ଷତି ହୋଇଛି ତାହା ରିପୋର୍ଟରେ ଉଲ୍ଲେଖ ରହିଛି । କେନ୍ଦ୍ରୀୟ ଟିମକୁ ମଧ୍ୟ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ ଆଜି ପ୍ରଦାନ କରିବେ । ଆଜି ଏନେଇ କେନ୍ଦ୍ରୀୟ ଟିମ ସହ ରାଜ୍ୟ ସରକାରଙ୍କ ଆଲୋଚନା ରହିଛି ।