୧୬ ଜିଲ୍ଲାକୁ ଶୀତ ସତର୍କତା, ଜାଣନ୍ତୁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ

୧୬ ଜିଲ୍ଲାକୁ ଶୀତ ସତର୍କତା, ଜାଣନ୍ତୁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ

 ୧୬ ଜିଲ୍ଲାକୁ ଶୀତ ସତର୍କତା, ଜାଣନ୍ତୁ କେଉଁ ଜିଲ୍ଲାରେ ପ୍ରବଳ ଶୀତ ହେବ
ଭୁବନେଶ୍ୱର: ପୁଣୀ ଥରେ ଶୀତ ଲେଉଟିଛି । କିଛି ଦିନର ବିରତ ପରେ ଏବେ ରାଜ୍ୟରେ ଶୀତ ଲହରୀ ଚାଲିଛି । ରାଜ୍ୟରେ ଆଜି ୧୦ଟି ଜିଲ୍ଲା ୧୦ ଡିଗ୍ରୀ ତଳକୁ ଥିଲା । ପ୍ରବଳ ଶୀତ ଯୋଗୁଁ ସକାଳୁ ସକାଳୁ ଲୋକମାନେ ନିଆଁ ଜାଳି ବସୁଥିବାର ଦେଖିବାକୁ ମିଳୁଛି । ପ୍ରବଳ ଶୀତ ଯୋଗୁ ରାଜ୍ୟ ୧୬ଟି ଜିଲ୍ଲାକୁ ଶୀତ ଲହରୀ ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତୁ ଜାଣିବା ସତର୍କ କରାଯାଇଥିବା ଜିଲ୍ଲା ଗୁଡିକ ବିଷୟରେ । ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ ଢେଙ୍କାନାଳ , କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି , କନ୍ଧମାଳ , ବଲାଙ୍ଗିର , ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଂଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତର ଓ ଉତର ଉପକୂଳ ଜିଲ୍ଲାରେ ପ୍ରବଳ ଥଣ୍ଡା ବଢିବ । କୋରାପୁଟ, ମାଲକାନଗିରିର କିଛି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି । ଘନ କୁହୁଡି ସହିତ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି ।