ବାଦ ପଡ଼ିଲେ ରୋହିତ ପୂଜାରୀ, ଉଷା ଦେବୀ ଓ ଟୁକୁନି ସାହୁ

ବାଦ ପଡ଼ିଲେ ରୋହିତ ପୂଜାରୀ, ଉଷା ଦେବୀ ଓ ଟୁକୁନି ସାହୁ

ଭୁବନେଶ୍ୱର: ଆଗକୁ ୨୦୨୪ ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ ବିଜେଡି ରାଜ୍ୟସଭାପତି ନବୀନ ପଟ୍ଟନାୟକ ବିଜେଡି ପର୍ଯ୍ୟବେକ୍ଷକମାନଙ୍କୁ ନିଯୁକ୍ତ କରିଛନ୍ତି । ୩୦ଟି ଜିଲ୍ଲା ପାଇଁ ୩୦ ଜଣଙ୍କୁ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ କରାଯାଇଛି ।  କିଛି ନେତାକୁ ଏକାଧିକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏହାଛଡ଼ା ପୂର୍ବରୁ ଯେଉଁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ସେମାନଙ୍କ ମଧ୍ୟରୁ କିଛି ନେତାଙ୍କ ଜିଲ୍ଲା ବି ପରିବର୍ତ୍ତନ କରାଯାଇଛି । ପର୍ଯ୍ୟବେକ୍ଷକ ତାଲିକାରେ ୯ଜଣ ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ପର୍ଯ୍ୟବେକ୍ଷକ ତାଲିକାରୁ ୩ ଜଣ ମନ୍ତ୍ରୀଙ୍କୁ ବାଦ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ସାମିଲ ଅଛନ୍ତି । ଏହାଛଡ଼ା ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଉଷା ଦେବୀଙ୍କୁ ବି ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦିଆଯାଇଛି । ଉଷା ଦେବୀଙ୍କ ସ୍ଥାନରେ ପ୍ରଫୁଲ୍ଲ ମଲ୍ଲିକଙ୍କୁ କଟକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।  ଟୁକୁନି ସାହୁଙ୍କ ସ୍ଥାନରେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନୂଆପଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।  ସେହିପରି ରୋହିତ ପୂଜାରୀଙ୍କ ସ୍ଥାନରେ ଦେବେଶ ଆଚାର୍ଯ୍ୟଙ୍କୁ ସୁବର୍ଣ୍ଣପୁର ଦାୟିତ୍ୱ ଦିଆଯାଇଛି ।

କାହାକୁ କେଉଁ ଜିଲ୍ଲା ଦାୟିତ୍ୱ:
 ସମ୍ପୂର୍ଣ୍ଣ ଲିଷ୍ଟ ଉପରେ ନଜର ପକାନ୍ତୁ
ଅନୁଗୁଳ- ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର- ପ୍ରତାପକେଶରୀ ଦେବ
 ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ- ପ୍ରତାପ ଜେନା
ବଲାଙ୍ଗୀର: ସୁଶାନ୍ତ ସିଂ
ଦେଓଗଡ଼- ଅମ୍ରେଶଜେନା
କଟକ- ପ୍ରଫୁଲ୍ଲ ମଲ୍ଲିକ
ଢେଙ୍କାନାଳ- ପ୍ରଣବପ୍ରକାଶ ଦାସ
ଗଜପତି- ଅତନୁସବ୍ୟସାଚୀ ନାୟକ
ରାୟଗଡ଼ା-ଅତନୁସବ୍ୟସାଚୀ ନାୟକ
ଜଗତସିଂହପୁର- ଡ. ଅରୁଣ କୁମାର ସାହୁ
କନ୍ଧମାଳ- ବିଜୟ ନାୟକ
କେନ୍ଦ୍ରାପଡ଼ା- ପ୍ରମିଳା ମଲ୍ଲିକ
କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ରବୀନ୍ଦ୍ର କୁମାର ଜେନା
କୋରାପୁଟ- ଦିବ୍ୟଶଙ୍କର ମିଶ୍ର
ମାଲକାନଗିରି- ଦିବ୍ୟଶଙ୍କର ମିଶ୍ର
ନବରଙ୍ଗପୁର- ଇଶ୍ୱର ପାଣିଗ୍ରାହୀ
 ନୟାଗଡ଼- ପଦ୍ମନାଭ ବେହେରା
ନୂଆପଡ଼ା- ସ୍ନେହାଙ୍ଗିନୀ ଛୁରିଆ
ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ବଲପୁର- ପ୍ରଣବପ୍ରକାଶ ଦାସ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼ାଇ
କଳାହାଣ୍ଡି- ପ୍ରଣବ ବଳବନ୍ତରାୟ
 ଗଞ୍ଜାମ- ପ୍ରଦୀପ କୁମାର ଅମାତ
ବୌଦ୍ଧ- ସୌଭାଗ୍ୟ ନାୟକ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ
ମୟୂରଭଞ୍ଜ- ପ୍ରଶାନ୍ତ ମୁଦୁଲି
ସୁବର୍ଣ୍ଣପୁର- ଦେବେଶ ଆଚାର୍ଯ୍ୟ