ବିଜେଡିରୁ ବହିଷ୍କୃତ ହେଲେ ଏହି ଉପଦେଷ୍ଟା

ବିଜେଡିରୁ ବହିଷ୍କୃତ ହେଲେ ଏହି ଉପଦେଷ୍ଟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବିଜେଡିର ଉପଦେଷ୍ଟା ପ୍ରମୋଦ ରଥ ବିଜେଡିରୁ ବହିଷ୍କୃତ । ଦଳ ବିରୋଧି କାର୍ୟ୍ୟ ପାଇଁ ବହିଷ୍କୃତ । ଏନେଇ ସୂଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଗତକାଲି ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ୟ୍ୟବେକ୍ଷକ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାର ସାଂଗଠନିକ କାର୍ୟ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜି ବିଜେଡି ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥଙ୍କ ଦଳ ବିରୋଧୀ କାର୍ୟ୍ୟ ସମ୍ପର୍କରେ ପ୍ରମାଣ ମିଳିବା ପରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

ପ୍ରମୋଦ ରଥ ପୂର୍ବରୁ ୨୦୧୪ରୁ ୨୦୧୯ ଯାଏଁ ବିଜେଡିର ଜିଲ୍ଲା ସଭାପତି ରହିଥିବାବେଳେ ୫ଥର ବାର୍ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ଥିଲେ । ସମ୍ବଲପୁରବାସୀଙ୍କ ସ୍ୱର ଉତ୍ତୋଳନ ଯଦି ଅପରାଧ ସେ ଅପରାଧ ବାରମ୍ବାର କରିବି ବୋଲି ପ୍ରମୋଦ କହିଛନ୍ତି ।