ଭୀମସାରରେ ଖଣ୍ଡଯୁଦ୍ଧ

ଭୀମସାରରେ ଖଣ୍ଡଯୁଦ୍ଧ

ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ଯରେ ଖଣ୍ଡଯୁଦ୍ଧ | ନୂତନ ପ୍ରେକ୍ଷାଳୟ ପରିସରରେ ଚାଲିଥିବା ପ୍ରିସ୍‌ମସ୍ -୨୦୨୪ ତଥା ୟୁଜି ଛାତ୍ର ସଂଘ ବାର୍ଷିକ ଉତ୍ସବରେ ଘଟିଛି ଏହି ଖଣ୍ଡ ଯୁଦ୍ଧ | ଖଣ୍ଡଯୁଦ୍ଧରେ  ୩ ଜଣ ଇଣ୍ଟର୍ନ ଛାତ୍ର ଆହତ ହୋଇଛନ୍ତି | ଥିବା ଅଭିଯୋଗ ହୋଇଛି।  କିଛି ପିଜି ଛାତ୍ର ସେଠାରେ ଉପସ୍ଥିତ ଇଣ୍ଟର୍ନ ଛାତ୍ର ମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି | ଏଥିରେ ୩ ଇଣ୍ଟର୍ନ ଛାତ୍ର ପୂର୍ବତନ ୟୁଜି ଛାତ୍ରସଂଘ ସଭାପତି ଡା. ପ୍ରଭାତ କୁମାର ଜେନା, ଏବଂ ପୂର୍ବତନ ସାଧାରଣ ସମ୍ପାଦକ ଡା. ଏନ୍ .ବିଶ୍ୱରଂଜନ ଏବଂ ଡା. ଅମିତ ଶୁଭମ ଆହତ ହୋଇଛନ୍ତି। ଯାହାକୁ ନେଇ ସେଠାରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଛି । ପୂର୍ବତନ ୟୁଜି ଛାତ୍ରସଂଘ ସଭାପତି ଡା. ଜେନା, ପୂର୍ବତନ ସାଧାରଣ ସମ୍ପାଦକ ଏନ୍. ବିଶ୍ବରଂଜନଙ୍କ ସମେତ ୨୦ରୁ ଅଧିକ ଛାତ୍ର ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁର୍ଲା ଥାନାର ଦ୍ବାରସ୍ଥ ହୋଇଛନ୍ତି | ଭୀମସାର ନିର୍ଦ୍ଦେଶକ ଭିମସାର ଡା. ଭାବଗ୍ରାହୀ ରଥଙ୍କ ସମେତ ଏସ୍‌ଡିପିଓ ଅମିତ ମହାନ୍ତି ଥାନାଧିକାରୀ ଅନିଲ ପ୍ରଧାନଙ୍କ ଉପସ୍ଥିତିରେ ବିଳମ୍ବିତ ରାତ୍ରି ଯାଏଁ ଥାନାରେ ବୁଝାମଣା ଚାଲିଥିଲା | ତେବେ କଣ ନିଷ୍କର୍ସ ବାହାରିଲା ତାହା ଜଣାପଡିନି |