ହତ୍ୟା ପରେ ଆତ୍ମହତ୍ୟା, ରେଳ ଧାରଣାରୁ ମୃତ ଦେହ

ହତ୍ୟା ପରେ ଆତ୍ମହତ୍ୟା, ରେଳ ଧାରଣାରୁ ମୃତ ଦେହ

କେନ୍ଦୁଝର ସହର ରେ ଯୁବତୀ ଙ୍କ ତନ୍ଟି କାଟି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ର ମୃତ ଦେହ ଝାରସୁଗଡା ରେଳ ଧାରଣା ରୁ ଉଦ୍ଧାର ହୋଇ ଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦୁଝର ଏସପି ନିତିନ କୁଶଲକର। ଗତ  ଶୁକ୍ରବାର ଦିନ ସ୍ପଷ୍ଟ ଦିବାଲୋକରେ ସହର ର ମଝିର ଥିବା ବରାଳ ଲଜ ଗଳି ରେ ମନୋରମା ବେହେରା ଙ୍କ ଘରେ କେହି ପଶି ତନ୍ଟି କାଟି ହତ୍ୟା କରି ଫେରାର ହୋଇ ଯାଇଥିଲା। ତୁରନ୍ତ ଖୋଦ ଏସପି ଙ୍କ ସହ ଏସଡିପିଓ ଓ ଟାଉନ ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି   ତଦନ୍ତ ଆରମ୍ଭ କରିଥିଲେ। ପୋଲିସ ପ୍ରାଥମିକ ତଦନ୍ତ ସହ ସିସିଟିଭି ଫୁଟେଜ ଓ ସାଇନ୍ଟିଫିକ ଟିମର ଯାଞ୍ଚ  ରୁ ଭଦ୍ରକ ଜିଲ୍ଲାର ଅଜୟ ସାହୁ ହି ହତ୍ୟାକାଣ୍ଡ ର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଜାଣି ପାରିଥିଲା । ଆଜୟ ସାହୁ ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଥିବା ବେଳେ ପୋଲିସ ୬ ଟି ସ୍ପେସାଲ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା । ହେଲେ ଆଜି ସକାଳୁ ଝାରସୁଗଡା ଜିଆରପି ପକ୍ଷରୁ କେନ୍ଦୁଝର ଏସପି ଙ୍କୁ ସୂଚନା ଦେଇଛନ୍ତି ଯେ ଗତ ୪ ତାରିଖ ଦିନ ସେଠାକାର ରେଳ ଧାରଣା ଉପରୁ ମୃତ ଦେହ ଉଦ୍ଧାର କରାଯାଇଥିଲା ଓ ସେହି ମୃତ ଦେହ  ଅଜୟ ସାହୁ ଙ୍କର ବୋଲି ଚିହ୍ନଟ ହୋଇ ଥିବା ସୁଚନା ଦେଇଥିଲେ। ଏହା ପରେ କେନ୍ଦୁଝର ଏସପି ଏକ ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ସହ ' ବର୍ତମାନ ମଧ୍ୟ ହତ୍ୟା ର କାରଣ ଅସ୍ପଷ୍ଟ ବୋଲି ଏସପି କହିଛନ୍ତି ।