ରାଜ୍ୟରେ ଅସହ୍ୟ ଖରା, ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ
ଝାରସୁଗୁଡା: ସାରା ରାଜ୍ୟରେ ଅସହ୍ୟ ଖରା ସାଙ୍ଗକୁ ଜାରି ରହିଛି ଗୁଳୁଗୁଳି । ବିଶେଷ କରି ତତଲା କଡେଇରେ ସିଝୁଛି ପୁରା ଝାରସୁଗୁଡା ଜିଲ୍ଲା । ଦୀର୍ଘ ଦିନ ଏଠାରେ ପାରଦ ଉପରମୁହାଁ ରହୁଛି । ଘରୁ ବାହାରିବା ହୋଇପଡୁଛି ମୁସ୍କିଲ୍ । ସକାଳୁ ସକାଳୁ ଲାଗି ରହୁଛି ଖରାର ପ୍ରକୋପ । ଝାରସୁଗୁଡା ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି । ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି ।
ସନ୍ଧ୍ୟାବେଳକୁ ପାରା ବଢି ଆହୁରି ଅଧିକ ହେବାର ସମ୍ଭାବନା ରହିଛି । ଫଳରେ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ଲୋକେ ଘରେ ରହିବା ମୁସ୍କିଲ ଥିବା ବେଳେ ପ୍ରଚଣ୍ଡ ରୌଦ୍ରତାପ ଭୟରେ ବାହାରକୁ ବାହାରି ପାରୁ ନାହାନ୍ତି । ଫଳରେ ଛୋଟ ବ୍ୟବସାୟୀଙ୍କ ବ୍ୟବସାୟ ମାନ୍ଦା ପଡ଼ିଲାଣି ।




admin 