ଶିକ୍ଷଣ ପ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ଅଭିନବ ଯୋଜନା "MERIT"  

ଶିକ୍ଷଣ ପ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ଅଭିନବ ଯୋଜନା "MERIT"   

ଶନିବାର ବାର ଓଏମ୍ପି ସ୍ଥିତ ଏସ୍.ସି.ବି, ଡି ଏ ଭି ପ୍ଲବିକ୍ ସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ପ୍ରଧାନ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନିରେ ଜିଲ୍ଲାରୁ 505 ଟି ସରକାରୀ , ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ  ଆବାସିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ସମେତ  14 ଟି ଆଦର୍ଶ ବିଦ୍ୟାଳୟର ଅଧକ୍ଷ  ମାନେ ଯୋଗଦେଇଥିଲେ ।ବିଶେଷକରି ସରକାରଙ୍କ ର  ଶିକ୍ଷାନୀତି ଏବଂ ଶିକ୍ଷାନୁଷ୍ଠାନ ର ଭିତ୍ତିଭୂମି ଏବଂ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏଥି ସହିତ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଉନ୍ନତ ମାନର ଶିକ୍ଷାଦାନ ଏବଂ ପାଠ୍ୟକ୍ରମ ସମ୍ପର୍କ ରେ ବିଧିବଦ୍ଧ ଭାବରେ ଆଲୋଚନା କରାଯାଇଛି । ଜିଲ୍ଲା ଶିକ୍ଷା ମଣ୍ଡଳର ଅଧ୍ୟକ୍ଷ ତଥା ଜିଲ୍ଲା ପାଳ ଦତ୍ତାତ୍ରୟ ଭାଓସାହେବ୍ ଶିନ୍ଧେ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ ।କେଉଁଭଳି ଦଶମ ଶ୍ରେଣୀର  ଛାତ୍ର ଛାତ୍ରୀ ମାନଙ୍କ ସୈଖିକ ବିକାଶ ନିମନ୍ତେ ପ୍ରତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜଣେ ଜଣେ ଛାତ୍ର ବା ଛାତ୍ରୀ ଙ୍କୁ ଅଧିଗ୍ରହଣ କରିବା ଏବଂ ସେମାନଙ୍କ ଶିକ୍ଷଣ ପ୍ରଗତି କୁ ସୁନିଶ୍ଚିତ କରିବା ପାଇଁ ଏହି ଅଭିନବ ଯୋଜନା "MERIT" ।  ଲୋଗୋ ଉନ୍ମୋଚନ କରି  ଛାତ୍ର ଛାତ୍ରୀ ମାନଙ୍କୁ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ବିଭିନ୍ନ ପରୀକ୍ଷା ସହିତ ଛାତ୍ର ଛାତ୍ରୀ ମାନେ ସଂପୃକ୍ତି ହୋଇପାରିବେ ସେ ସମ୍ବନ୍ଧରେ ପ୍ରଧାନ ଶିକ୍ଷକ  ଶିକ୍ଷତ୍ରୀ ମାନକୁ ମାର୍ଗ ଦର୍ଶନ କରିଥିଲେ ଜିଲ୍ଲାପାଳ । ଅନ୍ୟମାନଙ୍କ ମଧ୍ୟ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର୍ ରାଉତ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାଏ, ଡି ଏ ଭି  ଏସ ସି ବି ପବ୍ଲିକ ସ୍କୁଲ ର  ଅଧକ୍ଷ ନିରଞ୍ଜନ ସ୍ଵାଇଁ ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ୍ ଶିକ୍ଷା ଅଧିକାରୀ ମାନେ  ଯୋଗଦେଇ ପ୍ରଧାନ ଶିକ୍ଷକ ମାନେ ବିଦ୍ୟାଳୟ ଓ  ଛାତ୍ର ଛାତ୍ରୀ ଙ୍କ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।