ଶଙ୍ଖ ଧରିଲେ ସୁବାସ

ଶଙ୍ଖ ଧରିଲେ ସୁବାସ

ଶଙ୍ଖ ଧରିଲେ ସୁବାସ
ଗତକାଲି ବିଜେପିରୁ ଇସ୍ତଫା ପ୍ରଦାନ କରିଥିବା ବିଜେପି ନେତା ସୁବାସ ଚୌହାନ ଆଜି ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ନବୀନ ନିବାସ ଠାରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ସୁବାସ ବିଜେଡିରେ ମିଶିଛନ୍ତି । ଏହା ସହିତ ବିଜେଡିରେ ସାମିଲ ହେବା ନେଇ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ସୁବାସ। ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀ ଚୌହାନ ପ୍ରକାଶ କରିଛନ୍ତି। ଅଧର୍ମ ଏବଂ ଅହଙ୍କାର ବିରୋଧରେ ତାଙ୍କର ଲଢେଇ ଜାରି ରହିବ ବୋଲି କହିଛନ୍ତି ସୁବାସ। ବିନା କୌଣସି ସର୍ତ୍ତରେ ସେ ବିଜେଡିରେ ଯୋଗଦାନ କରିଛନ୍ତି ବୋଲି କହିବା ସହିତ ଆଗାମୀ ନିର୍ବାଚନରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। ସେହିପରି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହିତ ରହିଛନ୍ତି ଓ ଆଗାମୀ ଭବିଷ୍ୟତରେ ଆରଏସ୍‌ଏସ୍‌ ସହ ରହିବେ ବୋଲି କହିଛନ୍ତି ସୁବାସ।