ଆଧାର ନମ୍ବର ନଥିଲେ ଚାଷୀଙ୍କୁ ମିଳିବନି ଋଣ

ଆଧାର ନମ୍ବର ନଥିଲେ ଚାଷୀଙ୍କୁ ମିଳିବନି ଋଣ

ଆଧାର ନମ୍ବର ନଥିଲେ ଚାଷୀଙ୍କୁ ମିଳିବନି ଋଣ
ଭୁବନେଶ୍ୱର : ଯଦି ଆଧାର ନମ୍ବର ନାହିଁ, ତେବେ ଚାଷୀଙ୍କୁ ଆଉ ଫସଲ ଋଣ ମିଳିବ ନାହିଁ। ଆଧାର ନମ୍ବରକୁ କଡ଼ାକଡ଼ି କରିବାକୁ ଯାଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସମବାୟ ବ୍ୟାଙ୍କ ସହିତ ଅନ୍ୟ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପାଇଁ ମଧ୍ୟ ଏହା ଲାଗୁ ହେବ। ରାଜ୍ୟ ସମବାୟ ନିବନ୍ଧକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଚାଷୀ ଚିହ୍ନଟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରକ୍ରିୟାକୁ ଅଧିକ ସ୍ବଚ୍ଛ କରିବା ସହିତ କିଷାନ କ୍ରେଡିଟ୍ କାର୍ଡ ନେଇଥିବା ଚାଷୀମାନଙ୍କ ଡାଟାବେସ୍ ପ୍ରସ୍ତୁତ ଲାଗି ଆଧାର ନମ୍ବର ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ଏଣିକି ବିନା ଆଧାର ନମ୍ବରରେ ଚାଷୀଙ୍କୁ ଫସଲ ଋଣ ନଦେବାକୁ ସମବାୟ ରେଜିଷ୍ଟ୍ରାର ନିର୍ଦ୍ଦେଶ ଦେଇଛନ୍ତି। ଫସଲ ଋଣ ବଣ୍ଟନ ପ୍ରକ୍ରିୟା ସେପ୍ଟେମ୍ବର ୩୦ତାରିଖ ପର୍ୟ୍ୟନ୍ତ ଜାରି ରହିବ। ଏହି ସମୟ ସୀମା ମଧ୍ୟରେ ଚାଷୀଙ୍କ କିଷାନ କେଡ୍ରିଟ୍ କାର୍ଡ ସହ ଆଧାର ନମ୍ବରକୁ ସାମିଲ କରି ଡାଟାବେସ୍ ପ୍ରସ୍ତୁତ କରିବାକୁ କୁହାଯାଇଛି।