ନିର୍ଦ୍ଦିଷ୍ଟ ଅବଧି ଭିତରେ ପ୍ରକଳ୍ପ ଶେଷ ହେବା ନେଇ କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା  

ନିର୍ଦ୍ଦିଷ୍ଟ ଅବଧି ଭିତରେ ପ୍ରକଳ୍ପ ଶେଷ ହେବା ନେଇ କହିଛନ୍ତି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା   

ନିର୍ଦ୍ଦିଷ୍ଟ ଅବଧି ଭିତରେ ଶେଷ ହେବ ଅଟକି ରହିଥିବା ସମସ୍ତ ଐତିହ୍ୟ ପ୍ରକଳ୍ପ । ପୁରୀ ଜିଲ୍ଲା ଅନ୍ତର୍ଗତ ଐତିହ୍ୟ ପ୍ରକଳ୍ପର  ସମୀକ୍ଷା ବୈଠକରେ ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କ ନେତୃତ୍ୱରେ ବିଭିନ୍ନ ପ୍ରକଳ୍ପକୁ ନେଇ  ମାନସମନ୍ଥନ କରାଯାଇଛି । ପୁରୀ ,କୋଣାର୍କ ଓ ଜିଲ୍ଲାର ଅନ୍ୟ ଅଞ୍ଚଳ ରେ ଅଟକିଥିବା ପ୍ରକଳ୍ପ କାମ ଖୁବ୍ ଶୀଘ୍ର ଶେଷ ହେବ । ଏନେଇ ଏକ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ,ଆଇନ ମନ୍ତ୍ରୀ ପ୍ରୃଥିରାଜ ହରିଚନ୍ଦନ ଓ ପୁରୀ ଜିଲ୍ଲାର ବିଧାୟକ ମାନେ ଉପସ୍ଥିତ ରହି କିଭଳି କାମକୁ ତ୍ୱରାନ୍ୱିତ କରାଯିବ ସେନେଇ ରୂପରେଖ ମଧ୍ୟ ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର,ମୁଖ୍ୟ ପ୍ରଶାସକ ,ଜିଲ୍ଲାପାଳ,ବିଭାଗୀୟ ଅଧିକାରୀ ଓ ସଚିବ ମାନଙ୍କ ଉପସ୍ଥିତିରେ ଗ୍ରାଉଣ୍ଡରେ ସମସ୍ତ ସମୀକ୍ଷା କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ପିପିଲି ଠାରେ ଚାନ୍ଦୁଆ ହବ ପାଇଁ ଜମି ଚିହ୍ନଟ, ଶ୍ରୀ ମନ୍ଦିରର ୭୫ ମିଟର ମଧ୍ୟରେ ମଠ ଓ ମନ୍ଦିର ମରାମତି ଏବଂ ନବୀକରଣ, ଅଠରନଳା ଐତିହ୍ୟ ପ୍ରକଳ୍ପ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ କୋଠା ଓ ରଘୁନନ୍ଦନ ପାଠାଗାର ନିର୍ମାଣ, ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘର ଓ ପାରିପାର୍ଶ୍ଵିକ ବିକାଶ, ପ୍ରମୋଦ ଉଦ୍ୟାନର ବିକାଶ, କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶ ପ୍ରକଳ୍ପ ଆଦି ଅନେକ ଗୁରୁତ୍ୱପର୍ଣ୍ଣ ପ୍ରକଳ୍ପ ଉପରେ ଆଲୋଚନା ଓ ସମୀକ୍ଷା ଶେଷ ହୋଇ ରୂପରେଖ ପ୍ରସ୍ତୁତ ହୋଇଛି ।