ଘରେ ପକ୍ଷୀ ବସା ରହିବା ଶୁଭ ନା ଅଶୁଭ!

ଘରେ ପକ୍ଷୀ ବସା ରହିବା ଶୁଭ ନା ଅଶୁଭ!

ବାସ୍ତୁଶାସ୍ତ୍ର ଅନୁଯାୟୀ, କେତେକ ପକ୍ଷୀ ଘରେ ବସା କରିବା ଶୁଭ ହୋଇଥିଲାବେଳେ ଅନେକ କୀଟପତଙ୍ଗ ଘରେ ବସା ତିଆରି କରିବା ଅଶୁଭ ବୋଲି କୁହାଯାଏ ।

ଘରେ ମହୁମାଛି ଓ ବିରୁଡ଼ି ବସା ହେଲେ ସମସ୍ୟା ଆସୁଛି ବୋଲି ବୁଝିବାକୁ ପଡ଼ିବ । ତେବେ ଘରଚଟିଆ ବସା କଲେ ତାହା ଶୁଭ ହୋଇଥାଏ । ଏହାଦ୍ୱାରା ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ସେହିପରି ବାସ୍ତୁଦୋଷର କୁପ୍ରଭାବ ମଧ୍ୟ ଦୂର ହୁଏ । 

ଘରେ ପାରା ରଖିଲେ କିମ୍ବା ପାରା ଘରେ ବସା ତିଆରି କରୁଥିଲେ, ଏହା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଘରର ସୁଖଶାନ୍ତି ବଜାୟ ରହିଥାଏ ।

ବାଦୁଡ଼ି ଘରକୁ ପ୍ରବେଶ କରିବା ଅଶୁଭ ସଂକେତ ହୋଇଥାଏ । ବାଦୁଡ଼ି ଘରେ ବସା ତିଆରି କଲେ ବିପଦର ସଙ୍କେତ ଅଟେ ।