ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ
ଭୁବନେଶ୍ୱର: ଏଣିକି ବଜାରରେ ମିଳିବ ହଳଦୀ ବ୍ୟାଣ୍ଡେଜ । ଶରୀରରେ କୌଣସି କ୍ଷତ ହେଲେ ତୁରନ୍ତ ଚିିକିତ୍ସା ପାଇଁ ଏହି ହଳଦୀ ବ୍ୟାଣ୍ଡେଜ ଭଲ କାମ ଦେବ । ଏହି ହଳଦୀ ବ୍ୟାଣ୍ଡେଜ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ । ହଳଦୀର ନାନୋ ପାର୍ଟିକିଲ୍ କର୍କ୍ୟୁମିନକୁ ବ୍ୟବହାର କରି ଏମିତି ସ୍ୱତନ୍ତ୍ର ବ୍ୟାଣ୍ଡେଜ ପ୍ରସ୍ତୁତ କରିଛି ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ସଂସ୍ଥାନ -ଆଇଏଲଏସ । ତେବେ ଏହି କର୍କ୍ୟୁମିନ ବ୍ୟାଣ୍ଡେଜର ବିକାଶ କରିଛନ୍ତି ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସଂଜୀବ ସାହୁ । ହଳଦୀ ବ୍ୟାଣ୍ଡେଜର ଟେକ୍ନୋଲୋଜି କିଣିବାକୁ ନ୍ୟାସନାଲ ରିସର୍ଚ୍ଚ ଡ଼େଭଲପମେଂଟ କର୍ପୋରେସନ-ଏନଆରଡ଼ିସି ଜରିଆରେ ଆଇଏଲଏସ ସହ ଆଲୋଚନା କରିଛନ୍ତି ଗୁଜରାଟ ଓ ଉତରପ୍ରଦେଶର ଦୁଇ କମ୍ପାନୀ । ତେବେ ଯଦି ସବୁ କିଛି ଠିକ ଚାଲେ, ମାସେ ଭିତରେ ଉଭୟ କମ୍ପାନୀକୁ ଟେକ୍ନୋଲୋଜି ଟ୍ରାନ୍ସଫର କରାଯିବ ।