ଆମେରିକା ଫେରାଇଲା ଭାରତକୁ ୧୦୫ ପ୍ରାଚୀନ କଳାକୃତି
ୱାସିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତର ପ୍ରଭାବ ଦୁଇ ଦେଶର ସଂପର୍କକୁ ଅଧିକ ମଜଭୁତ କରିଛି। ଚୋରାଚାଲାଣ ହୋଇଥିବା ୧୦୫ଟି ପ୍ରାଚୀନ କଳାକୃତିକୁ ଆମେରିକା ଭାରତକୁ ଫେରାଇଛି। ଏସବୁ ସାମଗ୍ରୀ ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରର। ଦ୍ବିତୀୟ ଶତାଦ୍ଦୀଠାରୁ ଆରମ୍ଭ କରି ଉନ୍ନବିଂଶ ଶତାବ୍ଦୀ ମଧ୍ୟରେ ଏସବୁ ସାମଗ୍ରୀର ନିର୍ମାଣ ହୋଇଥିଲା।
ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ଆମେରିକା ଏସବୁ ସାମଗ୍ରୀକୁ ଭାରତକୁ ହସ୍ତାନ୍ତର କରିଛି। ଆମେରିକା ଫେରସ୍ତ କରିଥିବା ସାମଗ୍ରୀ ଗୁଡ଼ିକ ମଧ୍ୟରେ ପୂର୍ବ ଭାରତର ୪୭ଟି, ଦକ୍ଷିଣ ଭାରତର ୨୭ଟି, କେନ୍ଦ୍ରୀୟ ଭାରତର ୨୨ଟି, ଉତ୍ତର ଭାରତର ୬ଟି ଏବଂ ପଶ୍ଚିମ ଭାରତର ତିନିଟି ରହିଛି। ୨୦୧୬ ମସିହାରୁ ବର୍ତ୍ତମାନ ମଧ୍ୟରେ ଆମେରିକା ଭାରତକୁ ୨୭୮ଟି କଳାକୃତି ବିଭିନ୍ନ ପର୍ଯ୍ୟାୟରେ ପ୍ରଦାନ କରିଛି।