ପିପିଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ

ପିପିଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଉତ୍ତର-ପିପିଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ବେଳେ ଏସଟିଏଫର ଏକ ଟିମ୍ ଉତ୍ତର-ପିପିଲିନିକଟରେ ଚଢଉ କରିଥିଲା। ଘଟଣାସ୍ଥଳରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା ଏବଂ ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ଧରିଥିଲା ଏସଟିଏଫ। ଦୁଇ ଅଭିଯୁକ୍ତ ହେଲେ ପିପିଲିର ଲିପୁନ୍ ପାଣ୍ଡେ ଏବଂ ଖୋର୍ଦ୍ଧା ଜିଲ୍ଲା ସାରଦାପୁର ମସଜିଦ ଗଳିର ଏସ କେ ଅବ୍ବାଶ