ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ

ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଂଟିନ ଛକରେ ଜଗତର ନାଥ ଜଗନ୍ନାଥଙ୍କୁ ଅପମାନିତ କରିଥିବା ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୁଦ୍ଧରେ ବିକ୍ଷୋଭ କରାଯିବା ସହ ତାଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି ଅବସରରେ ଶ୍ରୀ ପାତ୍ର କହିଛନ୍ତି ଯେ, ପୁରୀ ବିଜେପି ସାଂସଦ ପ୍ରାର୍ଥୀ ଜଗନ୍ନାଥଙ୍କୁ ମୋଦୀଙ୍କର ଭକ୍ତ କିହବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।  ସମ୍ବିତ ପାତ୍ରଙ୍କ ବକ୍ତବ୍ୟ ଓଡ଼ିଆ ଜାତି ତଥା ବିଶ୍ୱର ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ ଆଘାତ ଦେଇଛି । କ୍ଷମତାରେ ଅନ୍ଧ ହୋଇ ବିଜେପି ଜଗନ୍ନାଥଙ୍କୁ ମାନିବାକୁ ପ୍ରସ୍ତୁତ ନୁହେଁ । ମୋଦୀଙ୍କୁ ଜଗନ୍ନାଥଙ୍କ ଉପରେ ସ୍ଥାନୀତ କରିବା ଦୃଷ୍ଟତାକୁ ଓଡ଼ିଶାବାସୀ ବା ବିଶ୍ୱବାସୀ କ୍ଷମା ଦେବେନାହିଁ । ବିଜେପି ଓ ସମ୍ବିତ ପାତ୍ର ଧରାକୁ ସରା ମଣିଲେଣି । ଏହାର ଜବାବ ନିଶ୍ଚିତ ଭାବରେ ଓଡ଼ିଶାବାସୀ ଦେବେ ବୋଲି ଶ୍ରୀ ପାତ୍ର କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅଜୟ ସାହୁ, ଗଣେଶ ଦାସ, ଅମୀୟ ପାଣ୍ଡବ, ସୁରଜ ରାଉତ, ବଳରାମ ନନ୍ଦ, ଉଦିତ ପ୍ରଧାନ, କାର୍ତିକ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । 
(ରଞ୍ଜିତ ପାତ୍ର)
ସଭାପତି
ପ୍ରଦେଶ ଯୁବ କଂଗ୍ରେସ